ବିଜେପିରେ ଯୋଗଦେବେ ହାର୍ଦ୍ଦିକ ପଟେଲ

ଅହମଦାବାଦ (ସଂକେତ୍ ଟିଭି) : ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଭାରତୀୟ ଜନତା ପାର୍ଟିରେ ଯୋଗଦେବେ। ଜୁନ୍‌-୨ ତାରିଖରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବା ନେଇ ସୂଚନା ମିଳିଛି । ବିଜେପି ହାର୍ଦ୍ଦିକଙ୍କୁ ଗାନ୍ଧିନଗର କାର୍ଯ୍ୟାଳୟରେ ସ୍ୱାଗତ କରିବ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଗତକିଛି ସପ୍ତାହ ହେବ ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ର ଦଳର ମୁଖ୍ୟ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇବା ସହ ପରେ କଂଗ୍ରେସର କାର୍ଯ୍ୟରତ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରରେ ସେ ସୋନିଆଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କଥା ମଧ୍ୟ ପଚାରି ଥିବା ଜଣାପଡ଼ିଥିଲା । ପରେ ପରେ ବିଜେପିରେ ସେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ବର୍ତ୍ତମାନ ହାର୍ଦ୍ଦିକ ସମସ୍ତ ଆଶା ଆଶଙ୍କାକୁ ଦୂରକରି ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ।