ଭାରତ ପାଇଁ ବିଶ୍ୱକପ୍ ଜିତିବା ପରବର୍ତ୍ତୀ ଲକ୍ଷ୍ୟ: ହାର୍ଦ୍ଦିକ ପାଣ୍ଡ୍ୟା

ଅହମଦାବାଦ (ସଂକେତ୍ ଟିଭି) :ଚଳିତ ବର୍ଷର ଆଇପିଏଲରେ ଚାମ୍ପିଅନ ହୋଇଥିବା ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ଟି-୨୦ ବିଶ୍ୱକପରେ ଭାରତକୁ ଚାମ୍ପିଅନ କରାଇବା ହେଉଛି ପରବର୍ତ୍ତୀ ଲକ୍ଷ୍ୟ । କାରଣ ଆଇପିଏଲ ଟାଇଟଲ ବିଜୟ ଯଥେଷ୍ଟ ଉତ୍ସାହ ସୃଷ୍ଟି କରିଛନ୍ତି । ତେଣୁ ଭାରତକୁ କିରି ପୁଣି ଥରେ ଟି-୨୦ ବିଶ୍ୱକପ ବିଜୟୀ କରାଇବି ,ତାହା ହେଉଛି ମୋର ପରମ ଲକ୍ଷ୍ୟ ।

ଅନ୍ୟ ପକ୍ଷରେ ଅଧିନାୟକ ଭାବେ ଗୁଜରାଟ ଟାଇଟନ୍ସକୁ ଆଇପିଏଲ ଚାମ୍ପିଅନ କରାଇବା ଭିନ୍ନ ଅନୁଭୂତି ଆଣି ଦେଇଛି । କାରଣ ଗୁଜରାଟ ଚଳିତ ବର୍ଷ ଏକ ନୂଆ ଦଳ ଭାବେ ଆଇପିଏଲରେ ସାମିଲ ହୋଇ ଥିଲା । ତେଶୁ ପ୍ରଥମ ପଦାର୍ପଣରେ ପ୍ରଥମ ବିଜୟ ନିଶ୍ଚିତ ନିାଆରା ଆନନ୍ଦ ସୃଷ୍ଟି କରିଛି । ତେଣୁ ଆଗାମୀ ଟି-୨୦ ବିଶ୍ୱକପରେ ଭାରତକୁ ବିଜୟୀ କରାଇବା ପାଇଁ ବରାବର ଚେଷ୍ଟା କରିବି ବୋଲି ପାଣ୍ଡ୍ୟା କହିଛନ୍ତି ।

ପୁଣି ଥରେ ସୂଚାଇ ଦିଆ ଯାଇ ପାରେ ଯେ ଏକଦା ପାଣ୍ଡ୍ୟା ବଡ ସମସ୍ୟାରେ ପଡି ଭାରତୀୟ ଦଳରୁ ବାଦ ପଡି ଯାଇଥିଲେ । କାରଣ ପିଠିରେ ଆଘାତ ଜନିତ ସମସ୍ୟା ନେଇ ଆସ୍ତ୍ରୋପଚାର କରିବା ପରେ ସେ ବହୁ ଦିନ ଧରି ବୋଲିଂ କରି ପାରୁ ନ ଥିଲେ । ଗତ ବର୍ଷ ଭାରତ ଆୟୋଜନ କରିଥିବା ଟି-୨୦ ବିଶ୍ୱକପରେ ସେ ବୋଲିଂ କରିବା ପାଇଁ ଅସମର୍ଥ ହେବାରୁ ପରବର୍ତ୍ତୀ ସମୟରେ ଚୟନକର୍ତ୍ତା ମାନେ ତାଙ୍କୁ ଦଳରୁ ବାଦ କରି ଦେଇଥିଲେ ।

ମାତ୍ର ଚଳିତ ବର୍ଷର ଆଇପିଏଲରେ ସଫଳ ବ୍ୟାଟିଂ ଓ ବୋଲିଂ କରି ସବୁ ସନ୍ଦେହ ଦୂର କରି ପାରିଛନ୍ତି । ମୁଖ୍ୟତଃ ଫାଇନାଲ ମ୍ୟାଚରେ ତିନି ୱିକେଟ ଦଖଲ ସହିତ ଲଢ଼ୁଆ ବ୍ୟାଟିଂ କରି ପାଣ୍ଡ୍ୟା ଗୁଜରାଟ ବିଜୟ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ନିଜ ପ୍ରତିକ୍ରିୟାରେ ପାଣ୍ଡ୍ୟା କହିଛନ୍ତି ଯେ ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ଅବସରରେ ଏହି ଫ୍ରାଞ୍ଚାଇଜର ୪ ଆଇପିଏଲ ଟାଇଟଲ ବିଜୟ ସହିତ ସାମିଲ ହୋଇ ପାରିଥିଲି । ପୁଣି ଗୁଜରାଟ ଟାଇଟନ୍ସର ପ୍ରଥମ ଟାଇଟଲ ହାସଲ ସହିତ ଅଂଶୀଦାର ହୋଇ ଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି ।