ବରଗଡରେ ଆଇପିଏଲ ବେଟିଂ କରି ୫ ଗିରଫ

ବରଗଡ (ସଂକେତ୍ ଟିଭି) : ଆଇପିଏଲ ବେଟିଂ କରୁଥିବା ଅଭିଯୋଗରେ ବରଗଡ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଲକ୍ଷାଧିକ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ର ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି, ବିମଳକାନ୍ତ ନାଗ ଏବଂ ଦିଲୀପ ଦାଶ । ସମସ୍ତ ଗିରଫ ଅଭିଯୁକ୍ତ ବରଗଡର ।

ପୋଲିସ ସେମାନଙ୍କଠାରୁ ନଗଦ ୬ ଲକ୍ଷ ୧୪ ହଜାର ଟଙ୍କା, ଲାପଟପ, ଏଲ୍‌ସିଡି ଟିଭି, ମୋବାଇଲ ଫୋନ, ତାସ ଆଦି ଜବତ କରିଛି । ଗତ ୨୭ ତାରିଖରେ ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ବରଗଡ଼ ସହର ଉପକଣ୍ଠ ଅମ୍ବାପାଲିସ୍ଥିତ ଏକ ନିର୍ମାଣାଧୀନ ଘରେ ଅଭିଯୁକ୍ତମାନେ ବେଟିଂ ଚଲାଇଥିଲେ । ଖବର ପାଇ ପୋଲିସର ଏକ ଟିମ୍‌ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିବା ବରଗଡ଼ ଏସ୍‌ପି ପରମାର୍‌ ସ୍ମିତ୍‌ ପୁରୁଷୋତ୍ତମ ଦାଶ ସୋମବାର ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା ରୂଜୁ ହୋଇଥିବା ବେଳେ ସମସ୍ତ ଅଭୁଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।