ଶତ୍ରୁମାନଙ୍କ ପାଇଁ ଋଷ୍ ବ୍ୟବହାର କରୁଛି ବିଶ୍ୱର ସବୁଠୁ କ୍ଷତିକାରକ ବିଷ

ମସ୍କୋ (ସଂକେତ୍ ଟିଭି) : ବିଶ୍ୱର ସବୁଠୁ କ୍ଷତିକାରକ ବିଷର ଖୁଲାସା ହୋଇଛି । ବିଶେଷଜ୍ଞ ଏହାକୁ ସବୁଠୁ ଦୁନିଆର ସବୁଠାରୁ ବିପଜ୍ଜନକ ବିଷ ପ୍ରକାଶ ପାଇଛି । ବିଶେଷଜ୍ଞମାନେ ଏହାକୁ ସବୁଠୁ ଯନ୍ତ୍ରଣାଦାୟକ ପଦାର୍ଥ ମଧ୍ୟରୁ ଗୋଟିଏ ବୋଲି ଦର୍ଶାଇଛନ୍ତି । ଏହାର ଲକ୍ଷଣ ବହୁତ ଖରାପ ଅଟେ । ଏହି ବିଷକୁ ଷ୍ଟ୍ରାଇକିନ୍ ନାଁ ଦିଆଯାଇଛି ।

ପାଉଡର ରୂପରେ ମିଳୁଥିବା ଏହି ବିଷକୁ ଋଷ୍ ତାର ଶତ୍ରୁମାନଙ୍କ ପାଇଁ ବ୍ୟବହାର କରଡେଲି ଷ୍ଟାରର ରିପୋର୍ଟ ଅନୁସାରେ ଋଷୀୟ ହ୍ୱିସଲବ୍ଲୋଅର ଆକେକ୍ସଜାଣ୍ଡର ପେରେପିଲିଚନିଙ୍କ ମୃତଦେହ ଲଣ୍ଡନରେ ଷ୍ଟ୍ରାଇକିନ୍‌ ଭଳି ରସାୟନିକ ପଦାର୍ଥ ସହ ମିଳିଥିଲା । ଏ ନେଇ ଯାଞ୍ଚ ବେଳେ ଷ୍ଟ୍ରାଇକିନ୍ ସେବନ କରିବାର କୌଣସି ଠୋସ୍ ପ୍ରମାଣ ମିଳିନଥିଲା । ମନୁଷ୍ୟ ଶରୀରରେ ଏହାର ଭୟଙ୍କର ପ୍ରଭାବ ଯୋଗୁଁ ବ୍ରିଟେନରେ ଏହି ରସାୟନିକ ପଦାର୍ଥ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ବିଷ ବିଶେଷଜ୍ଞ ଡ. ନିଲ ବ୍ରାଡବରୀ କହିଛନ୍ତି ଯେ, ଗୋଟିଏ ଖରାପ କଥ ହେଉଛି ଏହା ଧୀର ଗତିରେ କାମ କରୁଥିବା ବିଷ ଏବଂ ମୃତ୍ୟୁ ପାଇଁ ଅନେକ ସମୟ ଲାଗିଥାଏ । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଦୁର୍ଭାଗ୍ୟବଶତଃ ଏହାର ପ୍ରଭାବ ଇନ୍ଦ୍ରିୟଗୁଡିକ ବୃଦ୍ଧି କରିବାର ମଧ୍ୟ ରହିଛି । ତେଣୁ ଆପଣ ସମ୍ପୂର୍ଣ୍ଣ ଭାବରେ ଅବଗତ ହୋଇଯିବେ ଯେ କିଛି ଭୟଙ୍କର ହେବାକୁ ଯାଉଛି ।

ସେ କହିଛନ୍ତି ଯେ, ଭାବନ୍ତୁ ଯେ ଆପଣଙ୍କ ଶରୀରର ସମସ୍ତ ମାଂସପେଶୀ ଏକା ସମୟରେ ସଙ୍କୋଚିତ ହେଉଛି । ବେଳେବେଳେ ସଙ୍କୋଚନ ଏତେ ଶକ୍ତିଶାଳୀ ହୋଇପାରେ ଯେ ମାଂସପେଶୀ ପ୍ରକୃତରେ ହାଡରୁ ମାଂସକୁ ଅଲଗା କରିଦେଇଥାଏ । ଜୈବ ରସାୟନ ଏବଂ ମେଡିକାଲ ଜୈବ ରସାୟନ ଡିଗ୍ରୀ ଥିବା ଡ. ନିଲ ବ୍ରାଡବରୀ “ଏ ଟେଷ୍ଟ ଫର୍‌ ପଏଜନ୍‌: ଇଲେଭେନ୍ ଡେଡଲି ସବ୍ସଷ୍ଟାନ୍ସ ଏଣ୍ଡ ଦି କିଲର ହୁ ୟୁଜ୍‌ ଦେମ୍‌’ ନାମକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ଏହି ବିଷ କିରି କାମ କରିପାରେ ତାହା ଦର୍ଶାଯାଇଛି ।

ସେ କହିଛନ୍ତି ଯେ, ଗୋଟିଏ ମାମଲା ଯାହା ମୋତେ ପ୍ରକୃତରେ କୌତୁହଳପ୍ରଦ ମନେହୁଏ ତାହା ହେଉଛି ପୂର୍ବ କେଜିବି ଡବଲ୍‌ ଏଜେଣ୍ଟ ଆଲେକ୍ସଜାଣ୍ଡାର ଲିଟ୍ୱିନେଙ୍କୋଙ୍କୁ ଏକ ଚା’ ପାତ୍ରରେ ଦିଆଯାଇଥିବା ପୋଲୋନିୟମ । ଏହା ଆଶ୍ଚର୍ଯ୍ୟଜନକ ଯେ, ଲୋକମାନେ ବିଷକୁ ଲୁଚାଇବା ପାଇଁ କ’ଣ ବ୍ୟବହାର କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ମନୁଷ୍ୟ ଶରୀରରେ ଷ୍ଟ୍ରାଇକିନ୍ର ଭୟଙ୍କର ପ୍ରଭାବ ସତ୍ତ୍ୱେ ଏହାକୁ ଅତୀତରେ ଏକ କାର୍ଯ୍ୟଦକ୍ଷତା ବୃଦ୍ଧିକାରୀ ଔଷଧ ଭାବରେ ବ୍ୟବହୃତ କରାଯାଇଥିଲା ।