ମିଳୁନାହିଁ ବାରବାଟୀ ଟି-ଟ୍ବେଣ୍ଟି ମ୍ୟାଚ୍‌ର ଟିକେଟ୍ , କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ

କଟକ (ସଂକେତ୍ ଟିଭି) : ଆଜିଠୁ ବାରବାଟୀ ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଦିନ ୧୧ ଟାରେ ଅନଲାଇନ ଟିକେଟ ବିକ୍ରି ହେବ ବୋଲି କୁହାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ଏବେ ଯାଏଁ ଟିକେଟ ଉପଲବ୍ଧ ନହେବାରୁ, କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସେପଟେ ଓସିଏ କର୍ତ୍ତୃପକ୍ଷ କହିଛନ୍ତି ଯେ ବୈଷୟିକ ତ୍ରୁଟି ଯୋଗୁ ବିଳମ୍ବ ହୋଇଛି ଯଥା ଶୀଘ୍ର ଏହାର ସମାଧାନ କରାଯିବା । ପେଟିଏମ ଆପ କିମ୍ବା www.insider.in ରେ ଲଗଇନ କଲେ ଟିକେଟ୍ ମିଳିବ । ବୁକିଙ୍ଗ ପାଇଁ ପରିଚୟ ପତ୍ର ଅପଲୋଡ କରିବାକୁ ହେବ । ପାଞ୍ଚ ହଜାର ଟିକେଟ ଅନଲାଇନରେ ଉପଲବ୍ଧ ହେବ । ଜଣଙ୍କୁ ଦୁଇଟି ଲେଖାଏଁ ଟିକେଟ୍ ମିଳିବ ।

ଟିକେଟ ବୁକିଂ ପାଇଁ ନିଜର ଆଇଡି ପ୍ରୁଫ, ଫୋନ ନମ୍ବର ଏବଂ ଇମେଲ ଆଇଡି ଦେବାକୁ ହେବ । ବୁକ୍ କରିଥିବା ଅନଲାଇନ ଟିକେଟ ଗୁଡିକୁ ଜୁନ ୯, ୧୦, ୧୧ ଓ ୧୨ ତାରିଖରେ ସଂଗ୍ରହ କରି ହେବ। ଗ୍ଯାଲେରୀ ନମ୍ବର ୨, ୪, ୭ ସହ ସ୍ପେଶାଲ ଏନକ୍ଲୋଜର, ନ୍ଯୁ-ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଅନଲାଇନରେ ଟିକେଟ ବିକ୍ରି ହେବ । ଜୁନ ୧୨ରେ କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ ।