ଜୁନ୍‌ ୯ ରେ ବିବାହ କରିବେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଦାମୀ ଅଭିନେତ୍ରୀ ନୟନତାରା

ମୁମ୍ବାଇ (ସଂକେତ୍ ଟିଭି) : ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତ୍ରୀ ହେଉଛନ୍ତି ନୟନତାରା । ନୟନତାରା ବେଙ୍ଗାଲୁରୁରେ ୧୯୮୪ରେ ଜନ୍ମଗ୍ରହଣ କରିଥିଲେ । ୨୦୦୩ ମସିହାରେ ମାଲୟାଲମ୍ ଫିଲ୍ମ ‘ମନାସିନାକାଡେ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ‘ଚନ୍ଦ୍ରମୁଖୀ’, ‘ଇମାଇକା’, ‘ୱେଲଇକ୍କରନ’, ‘ଇମଇକ୍କା ନୋଡିଗଲ’, ‘କୋଲାଇଥୁର କାଲମ’, ‘ଜୟ ସିମହା’,‘ନୌଡଲିଙ୍ଗ’ ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ।‘ଚନ୍ଦ୍ରମୁଖୀ’ ନୟନତାରାଙ୍କର ସବୁଠୁ ହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ । ‘ଚନ୍ଦ୍ରମୁଖୀ’ର ରିମେକ୍ ବଲିଉଡ୍‌ରେ ‘ଭୁଲ୍ ଭୁଲେୟା’ ନାଁରେ କରାଯାଇଥିଲା ।

ମିଡିଆ ରିପୋର୍ଟ ଅନୁସାରେ ନୟନତାରା ଗୋଟିଏ ବିଜ୍ଞାପନ ପାଇଁ ୫କୋଟି ଟଙ୍କା ଫି’ ନେଇଛନ୍ତି । ଯାହା ପାଇଁ ସେ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ଏହି ବିଜ୍ଞାପନ ଦୁଇ ଦିନରେ ସୁଟ୍ କରାଯାଇଥିଲା । ଏହା ବ୍ୟତୀତ ନୟନତାରା ଗୋଟିଏ ଫିଲ୍ମ ପାଇଁ ୪ରୁ ୫କୋଟି ଟଙ୍କା ଚାର୍ଜ କରନ୍ତି । ଏହାସହ ବ୍ରାଣ୍ଡ ପାଇଁ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ନୟନତାରା ଭଲ ଇନକମ୍ କରନ୍ତି । ନୟନତାରାଙ୍କ ନିକଟରେ ଥିରୁଭଲାରେ ଗୋଟିଏ ବଙ୍ଗଳା ଏବଂ କୋଚିରେ ଗୋଟିଏ ଫ୍ଲାଟ୍ ଅଛି ।

ମିଡିଆ ରିପୋର୍ଟ ଅନୁସାରେ ନୟନତାରାଙ୍କର ମୋଟ୍ ୭୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ନୟନତାରାଙ୍କର ଲକଜ୍ୟୁରିୟସ୍ କାର୍ ମଧ୍ୟ ରହିଛି । ତାଙ୍କ ନିକଟରେ ବିଏମଡବ୍ଲ୍ୟୁ ଏକ୍ସ ୫ ରହିଛି ଯାହାର ଦାମ୍ ୭୬ ଲକ୍ଷ ଟଙ୍କା । ଏହା ବ୍ୟତୀତ ତାଙ୍କ ନିକଟରେ ଗୋଟିଏ ଅଡି ଟିଟି ରୋଡଷ୍ଟର ରହିଛି ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ।

ରିପୋର୍ଟ ଅନୁସାରେ ନୟନତାରା ଖ୍ରୀଷ୍ଟିଆନ୍ ଧର୍ମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ । ଏହାର କାରଣ ଥିଲେ ପ୍ରଭୁଦେବା । ନୟନତାରା ଓ ପ୍ରଭୁଦେବା ୨୦୦୮ ମସିହାରେ ରିଲେସନସି୍‌ରେ ଥିଲେ । କିଛି ବର୍ଷ ପରେ ପ୍ରଭୁଦେବାଙ୍କ ପତ୍ନୀ ଫ୍ୟାମିଲ କୋର୍ଟରେ ପିଟିସନ୍ ଦାୟର କରିଥିଲେ । ଏହାପରେ ୨୦୧୨ରେ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା । ଏବେ ନୟନତାରା ଓ ଫିଲ୍ମ ଡାଇରେକ୍ଟର ବିଗ୍ନେଶ ଶିବନ ଜୁନ୍‌ ୯ ତାରିଖରେ ବିବାହ କରିବେ ।