ସିଏସ୍‌କେକୁ ଫେରିବେ ସୁରେଶ ରୈନା!

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ ୨୦୨୨ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିସାରିଛି ଗୁଜରାଟ ଟାଇଟନ୍ସ । ନୂଆ ଦଳ ଭାବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଇପିଏଲରେ ଏଣ୍ଟ୍ରି କରିଥିବା ଟିମ୍ ପାଣ୍ଡ୍ୟା ଆରମ୍ଭରୁ ହିଁ ସମସ୍ତଙ୍କୁ ଚକିତ କରିଥିଲା । ପ୍ରଭାବୀ ପ୍ରଦର୍ଶନ କରି ଦଳ ଟାଇଟଲ୍ ହାସଲ କରିଛି । ଅନ୍ୟପଟେ ପ୍ରତିବର୍ଷ ପ୍ଲେ ଅଫ୍ ରେ ଦବଦବା ଦେଖାଉଥିବା ଚେନ୍ନାଇ ସୁପର୍ କିଙ୍ଗସ୍ କିନ୍ତୁ ୯ମ ସ୍ଥାନରେ ରହି ନିଜ ଅଭିଯାନ ଶେଷ କରିଛି ।

ଚଳିତ ସିଜିନରେ ଷ୍ଟାର ବ୍ୟାଟର୍ ସୁରେଶ ରୈନାଙ୍କୁ ରିଟେନ୍‌ କରିନଥିଲା ଚେନ୍ନାଇ ସୁପର୍ କିଙ୍ଗସ୍ । ମେଗା ଅକ୍ସନକୁ ରୈନାଙ୍କ ନାଁ ଆସିଥିଲେ ମଧ୍ୟ ସିଏସ୍କେ କିଣିନଥିଲା । ଅନ୍ୟ କୌଣସି ଫ୍ରାଞ୍ଚାଇଜ୍ ମଧ୍ୟ ସୁରେଶ ରୈନାଙ୍କୁ କିଣିନଥିଲେ । ଫଳରେ ସିଜିନ୍ ୨୦୨୨ରେ ଅନସୋଲ୍ଡ ରହିଥିଲେ ମିଷ୍ଟର ଆଇପିଏଲ । କିନ୍ତୁ କମେଣ୍ଟ୍ରି ବକ୍ସରେ ରୈନା ନଜର ଆସିଥିଲେ । ତେବେ ଆସନ୍ତା ବର୍ଷ ପୁଣି ଥରେ ସେ ଚେନ୍ନାଇକୁ ପ୍ରତ୍ୟାବର୍ତ୍ତନ କରିାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ମେ ୩୦ ତାରିଖରେ ସୁରେଶ ରୈନାଙ୍କ ୨୦୧୪ ଆଇପିଏଲର ଏକ ସ୍ମରଣୀୟ ଇନିଂସର ଫଟୋ ନିଜ ଟ୍ୱିଟର୍ ହ୍ୟାଣ୍ଡେଲରେ ସେୟାର କରିଛି ଚେନ୍ନାଇ ସୁର୍ କିଙ୍ଗସ୍ । ଆଇପିଏଲ ୨୦୧୪ର ଦ୍ୱିତୀୟ କ୍ୟାଲିଫାୟର ମ୍ୟାଚରେ କିଙ୍ଗସ୍ ଇଲେଭେନ ପଞ୍ଜାବ ଏବଂ ଚେନ୍ନାଇ ସୁପର୍ କିଙ୍ଗସ ମଧ୍ୟ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଧମାକାଦାର ବ୍ୟାଟିଂ କରି ମାତ୍ର ୨୫ ବଲରୁ ୮୭ରନର ବିଶାଳ ଇନିଂସ ଖେଳିଥିଲେ ଚିନ୍ନା ଥାଲ୍ଲା (ସୁରେଶ ରୈନା) ।

ଆଗାମୀ ସିଜିନରେ ରୈନା ଦଳକୁ ପ୍ରତ୍ୟାବର୍ତ୍ତନ କରୁଥିବା ନେଇ ମଧ୍ୟ ଏବେ ଠାରୁ ଚର୍ଚ୍ଚା ହେଲାଣି । ଏହାକୁ ନେଇ ସିଏସକେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସିଏସକେର ଟ୍ୱିଟ୍ ପରେପରେ ସୁରେଶ ରୈନା ମଧ୍ୟ ଗୋଟିଏ ଟ୍ୱିଟ୍‌ କରିଛନ୍ତି । ଯେଉଁଥିରେ ସେ କିଛି ଇସାରା ଦେଇନାହାନ୍ତି ସତ ଚେନ୍ନାଇ ତାଙ୍କୁ ପୁଣି ଫୋନ କରୁ ବୋଲି ଏକ ଇମୋଜିଟିକ୍ ଟ୍ୱିଟ୍ କରିଛନ୍ତି ରୈନା ।