ଭାଇ ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ବର (ସଂକେତ୍ ଟିଭି) : ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୋଲିସ ‘ଭାଇ ଗ୍ୟାଙ୍ଗ’ର ୭ ଜଣଙ୍କୁ ଗିରଫ କରିଛି । ଏବଂ ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ରାଜେଶ ବେହେରା (20), ବିରେନ ରାଉତ (19), ବିରେନ୍ଦ୍ର ଭୋଇ (19), ସୁନିଲ ସାମଲ (21), ଅମର ସାମଲ (19), ମନୋଜ ଭୋଇ (20) ଏବଂ ଦେବରାଜ ବେହେରା (22) ।

ଗତ ୨୮ ତାରିଖରେ ସୁନ୍ଦରପଦା ଓମଫେଡ୍ ଦୋକାନୀ ଦୀପୁ ବେହେରାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ମାରଣାସ୍ତ୍ର ଧରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । କିଛି ଦିନ ହେବ ଏହି ଗ୍ୟାଙ୍ଗ ସୁନ୍ଦରପଦା ଅଞ୍ଚଳରେ ଆତଙ୍କ ଖେଳାଇଥିଲେ । ପୋଲିସ ଅଭିଯୁକ୍ତଙ୍କଠାରୁ ମାରଣାସ୍ତ୍ର ଜବତ କରିଛି ।