ଆତ୍ମସମର୍ପଣ କଲେ ୫୦ ମାଓବାଦୀ ଓ ମିଲିସିଆ

ମାଲକାନଗିରି (ସଂକେତ୍ ଟିଭି) : ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମାଲକାନଗିରି ଗସ୍ତରେ ଆସି ସ୍ବାଭିମାନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ସମୟରେ ଦୁଇ ମହିଳାଙ୍କ ସମେତ ପ୍ରାୟ ୫୦ ଜଣ ମାଓବାଦୀ ଏବଂ ମିଲିସିଆ ଆତ୍ମସମର୍ପଣ କରିଛନ୍ତି ।

ଖବର ଅନୁଯାୟୀ, ପୋଲିସ ଡିଜି ମାଲକାନଗିରି ଓ କୋରାପୁଟ ଗସ୍ତରେ ଅଛନ୍ତି । ଏହିକ୍ରମରେ ଗୁରୁବାର ଦିନ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗସ୍ତରେ ଥିବା ବେଳେ ପୋଲିସ ଡିଜିଙ୍କ ନିକଟରେ ୫୦ଜଣ ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମିଲିସିଆଙ୍କ ମଧ୍ୟରେ ୨ଜଣ ମହିଳା ଥିବା ଜଣାପଡିଛି । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି । ପୋଲିସ ଡିଜିଙ୍କ ସହିତ ଗୋଇନ୍ଦା ବିଭାଗ ନିର୍ଦେଶକ ସଂଜୀବ ପଣ୍ଡା ମଧ୍ଯ ମାଲକାନଗିରି ଗସ୍ତ କରିଥିଲେ ।