ବିଜେପିରେ ଯୋଗ ଦେଲେ ପାର୍ଟିଦାର ନେତା ହାର୍ଦ୍ଦିକ ପଟେଲ

ଗାନ୍ଧୀନଗର (ସଂକେତ୍ ଟିଭି) : ପାର୍ଟିଦାର ନେତା ହାର୍ଦ୍ଦିକ ପଟେଲ ବିଜେପିରେ ସାମିଲ ହୋଇଛନ୍ତି । ଗୁଜୁରାଟର ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ନିକଟରେ ସେ କଂଗ୍ରେସ ଛାଡିଥିଲେ ।

ଏହି ଅବସରରେ ହାର୍ଦ୍ଦିକ ପଟେଲ୍‌ଙ୍କୁ ସ୍ବାଗତ କରି ଗାନ୍ଧୀନଗରରେ ଥିବା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ପୋଷ୍ଟର୍‌ ଲଗାଯାଇଥିଲା। ପରେ ଗୈରିକ ଟୋପି ଓ ଉତ୍ତରୀୟ ପ୍ରଦାନ କରାଯାଇ ୨୮ ବର୍ଷିୟ ହାର୍ଦ୍ଦିକଙ୍କୁ ଦଳକୁ ସ୍ବାଗତ କରାଯାଇଥିଲା।

ଏହି ଅବସରରେ ହାର୍ଦ୍ଦିକ କହିଛନ୍ତି ଯେ ‘ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ଆଗ୍ରହ ଏବଂ ସାମାଜିକ ସ୍ୱାର୍ଥର ଭାବନା ସହିତ ମୁଁ ଆଜିଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଭାରତର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭୋଇ ମୋଦୀଙ୍କ ନେତୃତ୍ୱରେ ମୁଁ ଦେଶ ପାଇଁ ସେବା କରିବାର ଉତ୍ତମ କାର୍ଯ୍ୟରେ ମୁଁ ଜଣେ ଛୋଟ ସିପାହୀ ହୋଇ କାମ କରିବି ।

ଗତ ଦୁଇଦିନ ତଳେ ସେ ଜୁନ ୨ ଅର୍ଥାତ୍ ଆଜି ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଥିଲେ । କଂଗ୍ରେସକୁ ଟାର୍ଗେଟ କରି ହାର୍ଦ୍ଦିକ ପଟେଲ କହିଥିଲେ ଯେ ଦଳର ରାଜନୀତି କେବଳ ବିରୋଧ କରିବାକୁ ସୀମିତ ରହିଛି ।