ଆସୁଛି ଅନ୍ତରୀକ୍ଷ ନୀତି, ଭାରତରେ ବି ହେବ ସ୍ପେସ୍‌-ଏକ୍ସ ଭଳି କମ୍ପାନୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତ ସରକାର ଖୁବ୍ ଶୀଘ୍ର ନୂତନ ଅନ୍ତରୀକ୍ଷ ନୀତି ଆଣିବାକୁ ଯାଉଛନ୍ତି । ଏହି ନୀତି ଆସିବା ପରେ ଭାରତରେ ମଧ୍ୟ ସ୍ପେସ୍‌-ଏକ୍ସ ଭଳି କମ୍ପାନୀ ହୋଇପାରିବ । ଏ ନେଇ ସମସ୍ତ ଆଲୋଚନା ସରିଥିବା ବେଳେ ନୀତିର ଚୂଡାନ୍ତ ସଂସ୍କରଣକୁ ଅଧିକାର ପ୍ରାପ୍ତ ପ୍ରାଦ୍ୟୋଗିକ ସମୂହଁଙ୍କୁ ପଠାଯିବ । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ଏହି ସୂଚନା ଦେଇଛନ୍ତି।

ସୁଦ କହିଛନ୍ତି ଯେ ଆମେ ମହାକାଶର ବିଶେଷ ଉପଯୋଗ କରିପାରୁନାହିଁ। ତେବେ ପୃଥିବୀର ନିମ୍ନ କକ୍ଷ (ଏଲଇଓ)ରେ ସ୍ୱଳ୍ପ ନିବେଶରେ କାର୍ଯ୍ୟ ହୋଇପାରିବ। ସରକାର ଯଦି ନୀତି ପ୍ରସ୍ତୁତ କରିବେ ତେବେ ଅନ୍ତରୀକ୍ଷ କ୍ଷେତ୍ର ବଦଳିଯିବ। ସେ କହିଛନ୍ତି ଯେ ସରକାର ସ୍ୱାସ୍ଥ୍ୟ ସେବା, କୃଷି, ସହର ବିକାଶ ଓ ସମ୍ପତ୍ତିକର ଆକଳନ ଆଦି ଅନେକ ପ୍ରକାରର ଆବଶ୍ୟକତା ପୂରଣ ପାଇଁ ଘରୋଇ କ୍ଷେତ୍ରଙ୍କୁ ଉପଗ୍ରହ ନିର୍ମାଣ ଲାଗି ପ୍ରୋତ୍ସାହିତ କରିବେ। ଯଦି ନୂଆ ଅନ୍ତରୀକ୍ଷ ନୀତି ଅଣା ଯାଏ ଆମ ପାଖରେ ବି ସ୍ପେସ୍-ଏକ୍ସ ଭଳି କମ୍ପାନୀ ହେବେ ବୋଲି ସୁଦ କହିଛନ୍ତି। ଏଲନ ମସ୍କ ୨୦୦୦ ମସିହାରେ ସ୍ପେସ୍‌-ଏକ୍ସର ସ୍ଥାପନା କରିଥିଲେ। ଏହି ଘରୋଇ କମ୍ପାନୀ ଉନ୍ନତ ରକେଟ ଓ ଅନ୍ତରୀକ୍ଷ ଯାନର ଡିଜାଇନ, ନିର୍ମାଣ ଓ ପ୍ରକ୍ଷେପଣ କରେ।

ସୁଦ କହିଛନ୍ତି ଯେ ଅନ୍ତରୀକ୍ଷକକୁ ଘରୋଇ କ୍ଷେତ୍ର ଲାଗି ଉନ୍ମୁକ୍ତ କରାଗଲେ କୃଷି, ଶିକ୍ଷା, ବିପର୍ଯ୍ୟୟ ପ୍ରସମନ ଓ ଇ-କମର୍ସ ଆପ୍ଲିକେସନ ଆଦି ଲାଗି ସମର୍ପିତ ଉପଗ୍ରହ ପ୍ରେରଣ କରାଯାଇପାରିବ। ମର୍ଗାନ ଷ୍ଟେନଲୀଙ୍କ ଏକ ଅନୁମାନ ଅନୁସାରେ ୨୦୪୦ ସୁଦ୍ଧା ବୈଶ୍ୱିକ ଅନ୍ତରୀକ୍ଷ ଉଦ୍ୟୋଗର ବିସ୍ତାର ଏକ ଟ୍ରିଲିୟନ ଡଲାରରୁ ବି ଅଧିକ ହୋଇପାରିବ ।