ଆଗାମୀ ଆଇପିଏଲ ସିଜିନରେ ମୁମ୍ବାଇ ଜବରଦସ୍ତ କମବ୍ୟାକ୍ କରିବ: ରୋହିତ ଶର୍ମା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଅତି ଖରାପ ଥିବାବେଳେ ଦଳ ପଏଣ୍ଟ ଟେବୁଲରେ ସବୁଠାରୁ ତଳେ ରହିଥିଲା । ଏହି ଟିମ୍ ମାତ୍ର ୪ଟି ମ୍ୟାଚ୍ ଜିତିପାରିଥିଲା । ଆଇପିଏଲ ଇତିହାସରେ ମୁମ୍ବାଇର ଏହାଥିଲା ସବୁଠାରୁ ଖରାପ ପ୍ରଦର୍ଶନ । ଦଳ ପ୍ରଥମ ଥର ଗୋଟିଏ ସିଜିନରେ ୧୦ଟି ମ୍ୟାଚ୍ ହାରିଥିଲା ।

ତେବେ ଏହି ଖରାପ ସିଜନ ପରେ ରୋହିତ କହିଛନ୍ତି ଯେ, ଦଳରେ ଏକତା ରହିଛି । ଯାହା ପାଇଁ ଦଳ ଆଗାମୀ ସିଜିନରେ କମ୍ ବ୍ୟାକ୍ କରିବ । ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମଧ୍ୟ ଆଗାମୀ ସିଜିନରେ ସାମିଲ ହେବେ । ସେ ଆହତ ସମସ୍ୟା ହେତୁ ଚଳିତ ସିଜିନ ଖେଳିପାରି ନଥିଲେ ।

ରୋହିତ କହିଛନ୍ତି ଯେ, ଏହି ସିଜିନ ଆଶାଠାରୁ ବିପରୀତ ଥିଲା । କିନ୍ତୁ ବହୁତ କିଛି ଶିଖିବାକୁ ମିଳିଛି । କିନ୍ତୁ ଖେଳାଳି ପରସ୍ପରକୁ ସମର୍ଥନ କରିଛନ୍ତି । ଆଗାମୀ ଦିନରେ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବ । ଦଳରେ ଏକତା ଭଲ ସଙ୍କେତ ଅଟେ । ସେମାନେ ଏକ ପରିବାର ଭଳି ରହିଛନ୍ତି । ଦଳରେ ମାହୋଲ ଖୁବ୍ ଭଲ ଅଛି । ଏହାସହ ସେ ଅନେକ ଯୁବ ଖେଳାଳିଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଚଳିତ ସିଜିନରେ ତିଲକ ବର୍ମା, ଡେଓ୍ୱାଲ୍ଡ ବ୍ରେଭିସ୍ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । କିନ୍ତୁ କିରଣ ପୋଲାର୍ଡ, ଇଶାନ କିଷନଙ୍କ ଭଳି ବ୍ୟାଟ୍ସମ୍ୟାନ୍ ରନ୍ କରିବାରେ ବିଫଳ ହୋଇଥିଲେ ।