‘ସମ୍ରାଟ ପୃଥ୍ବୀରାଜ’କୁ ଟ୍ୟାକ୍ସ୍‌ ଫ୍ରି ଘୋଷଣା କଲେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ, (ସଂକେତ୍ ଟିଭି) : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଜୁନ୍‌ ୩ରେ ପେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ସେପଟେ ଏହି ଫିଲ୍ମକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଟିକସମୁକ୍ତ ଘୋଷଣା କରିଛନ୍ତି। ଯୋଗୀ କହିଛନ୍ତି, ‘ଅକ୍ଷୟ କୁମାର ଭାରତର ଇତିହାସକୁ ସୁନ୍ଦର ଭାବରେ ଦର୍ଶାଇଛନ୍ତି। ଏହି କାରଣରୁ ମୁଁ ଦଳକୁ ଅଭିନନ୍ଦନ ଜଣାଉଛି।’

ସେପଟେ ରିଲିଜ ପୂର୍ବରୁ ଓମାନ ଓ କୁଏତରେ ଏହି ଫିଲ୍ମ ଉପରେ ନିଷେଧାଦେଶ ଚାରି କରାଯାଇଛି। ହେଲେ ନିଷେଧାଦେଶ ହେବାର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ଫିଲ୍ମର ଟିମ ଏ ପର୍ଯ୍ୟନ୍ତ ଏ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି।