ସଫା ହେବ ମହାକାଶରେ ଥିବା ଆବର୍ଜନା
ନୂଆଦିଲ୍ଲୀ (ସଂକେତ୍ ଟିଭି) : ଧୀରେ ମହାକାଶରେ ଆବର୍ଜନା ବଢିଚାଲିଛି । ବର୍ତ୍ତମାନ ୟୁରୋପ ପକ୍ଷରୁ ପୃଥିବୀର ନିମ୍ନ କକ୍ଷପଥ ବା ଲୋ ଆର୍ଥ ଅର୍ବିଟିକୁ ସଫା କରିବା ପାଇଁ ଯୋଜନା ଆରମ୍ଭ ହୋଇଛି । ୟୁରୋପିଆନ ସ୍ପେସ୍ ଏଜେନ୍ସି ଓ ଆଷ୍ଟ୍ରୋସ୍କେଲ କମ୍ପାନୀ ମିଶି ଏକ ସର୍ଭିସର ପ୍ରୋଟଟାଇପ୍ ଡିଜାଇନ୍ କରିଛନ୍ତି । ଏହାର କାମ ହେଉଛି ତ୍ରୁଟିପୂର୍ଣ୍ଣ ସାଟେଲାଇଟ୍କୁ ପୃଥିବୀର ନିମ୍ନ କକ୍ଷପଥରୁ ହଟାଇବା ।
ବିଭିନ୍ନ କମ୍ପାନୀ ପକ୍ଷରୁ ଅନେକ ସଂଖ୍ୟାରେ କମ୍ୟୁନିକେସନ ସାଟେଲାଇଟ୍କୁ ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ କରାଯାଉଛି । ତେବେ ଏଗୁଡିକର କାମ ସରିବା ପରେ ଏହାକୁ ସେହି କକ୍ଷପଥରୁ କାଢିବା ଦରକାର । ଏଗୁଡିକ କଢାନଯିବା ଫଳରେ ଏହା ମହାକାଶ ଆବର୍ଜନାର ରୂପ ନେଉଛି । ତେବେ ଏହା ହେଉଛି ପ୍ରଥମ ସ୍ପେସ୍ ସୁଇପର ସ୍ପେସ୍କ୍ରାଫଫ ଯାହା ବିଭିନ୍ନ ବ୍ୟବହାର ହେଉନଥିବା ସାଟେଲାଇଟ୍କୁ କକ୍ଷପଥରୁ କାଢିବାରେ ସକ୍ଷମ ।