ରିଲିଜ୍ ହେଲା ଶାହାରୁଖଙ୍କ ‘ଯବାନ’ର ଟିଜର୍
ମୁମ୍ବାଇ (ସଂକେତ୍ ଟିଭି) : ବଲିଉଡ୍ ବାଦଶାହା ଶାହରୁଖ ଖାନ୍ ଆଜିକାଲି ତାଙ୍କର ଆଗାମୀ ଫିଲ୍ମଗୁଡ଼ିକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ ‘ଡଙ୍କି’ ଏବଂ ‘ପଠାନ’ ପରି ଫିଲ୍ମ ସାମିଲ ରହିଛି । ଏ ଦୁଇଟି ଫିଲ୍ମ ଏପର୍ଯ୍ୟନ୍ତ ପ୍ରେକ୍ଷାଳୟକୁ ଆସିନଥିବା ବେଳେ ଗତ କିଛି ସମୟରୁ କିଙ୍ଗ୍ ଖାନ୍ ଶାହାରୁଖ ସାଉଥର ଜଣାଶୁଣା ନିର୍ଦ୍ଦେଶକ ଏଟଲୀ କୁମାରଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।
ନିକଟରେ ଖବର ଆସିଥିଲା ଯେ ଫିଲ୍ମର ଟାଇଟଲ ଜୁନ୍ର ପ୍ରଥମ ସପ୍ତାହରେ ଦର୍ଶକଙ୍କ ମଧ୍ୟରେ ପ୍ରକାଶ କରାଯିବ । ଏବେ ତାଜା ରିପୋର୍ଟ ଅନୁଯାୟୀ ଶାହାରୁଖ ଏବଂ ଏଟଲୀଙ୍କ ଫିଲ୍ମର ଟାଇଟଲ ସ୍ଥିର କରାଯାଇଛି । ଫିଲ୍ମର ନାମ ‘ଯବାନ’ ରଖାଯାଇଛି । ଏପରିକି ଖୁବଶୀଘ୍ର ଫିଲ୍ମର ଏକ ଛୋଟ ଟିଜର ରିଲିଜ୍ କରାଯିବ । ଶାହାରୁଖ ଖାନ ପ୍ରଥମ ଥର ଦକ୍ଷିଣ ଫିଲ୍ମର ନିର୍ଦ୍ଦେଶକ ଏଟଲୀଙ୍କ ସହ ଫିଲ୍ମ ‘ଯବାନ’ ପାଇଁ ହାତ ମିଶାଇଛନ୍ତି ।
ଫିଲ୍ମରେ ବାଦଶାହାଙ୍କ ସହ ଲିଡ୍ ରୋଲ୍ରେ ସାଉଥ୍ର ପ୍ରସିଦ୍ଧ ଅଭିନେତ୍ରୀ ନୟନତାରା ଅଭିନୟ କରିବେ । ସେପଟେ ସୂତ୍ରରୁ ଜଣାପଡ଼ିଛି ଯେ ଶାହାରୁଖଙ୍କ ଏହି ଫିଲ୍ମରେ ଡବଲ୍ ଭୂମିକା ଥିବା ବେଳେ ନୟନତାରା ଜଣେ ତଦନ୍ତ ଅଫିସର ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ଏଥିରେ ବଲିଉଡ୍ ଅଭିନେତ୍ରୀ ସାନ୍ୟା ମଲହୋତ୍ରା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ସ୍କ୍ରିନ୍ ସେୟାର କରିବେ ।
କୁହାଯାଉଛି ଯେ ଶାହାରୁଖ ଖାନ ଏଟଲୀଙ୍କୁ ଫିଲ୍ମର ସ୍କ୍ରିପଫରେ କିଛି ପରିବର୍ତ୍ତନ ପାଇଁ କହିଥିଲେ । ଏଟଲୀ ମଧ୍ୟ ଶାହାରୁଖଙ୍କ ଅନୁରୋଧକୁ ରକ୍ଷା କରି ତୁରନ୍ତ ସ୍କ୍ରିପଫରେ କିଛି ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ‘ଯବାନ’ ବ୍ୟତୀତ ଶାହାରୁଖ ଖୁବଶୀଘ୍ର ସିଦ୍ଧାର୍ଥ ଆନନ୍ଦଙ୍କ ‘ପଠାନ’ରେ ଜନ୍ ଆବ୍ରାହମ ଏବଂ ଦୀପିକା ପାଦୁକୋନଙ୍କ ସହ ନଜର ଆସିବେ । ଏହାସହ ଖାନ୍ଙ୍କ ପାଖରେ ରାଜକୁମାର ହିରାନୀଙ୍କ ‘ଡଙ୍କି’ ମଧ୍ୟ ଅଛି, ଯେଉଁଥିରେ ତାପସୀ ପନ୍ନୁ ତାଙ୍କ ଅପୋଜିଟ୍ରେ ଅଭିନୟ କରୁଛନ୍ତି ।