ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢ଼ୁଛି
ଓ୍ବାସିଂଟନ (ସଂକେତ୍ ଟିଭି) : ଭାରତରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ବୃଦ୍ଧି ପାଇଛି । ୨୦୨୧ ବର୍ଷ ସାରା ଏହା ସଂଘଠିତ ହୋଇଛି । ବିଶେଷ କରି ସଂଖ୍ୟଲଘୁ ବ୍ୟକ୍ତିମାନଙ୍କୁ ହତ୍ୟା କରିବା, ଅପମାନିତ କରିବା ଓ ଅତ୍ୟାଚାର କରିବା ଆଦି ଘଟଣା ବୃଦ୍ଧି ପାଇଥିବା ଆମେରିକାର ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା କଂଗ୍ରେସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ରିପୋର୍ଟରେ ଉଲ୍ଳେଖ କରାଯାଇଛି ଯେ, କେଉଁଭଳି ଭାବରେ ଧାର୍ମିକ ସ୍ୱାଧୀନତା ବିଶ୍ୱରେ ଉଲ୍ଲଂଘନ ହେଉଛି ଓ ହିଂସାର ସ୍ଥିତି କ’ଣ ରହିଛି । ଦେଶୱାରି ଏହାର ରିପୋର୍ଟ ପ୍ରକାଶ ପାଇଛି । ଭାରତ ପକ୍ଷରୁ ପୂର୍ବରୁ ଆମେରିକାର ଏହି ରିପୋର୍ଟକୁ ଖାରଜ କରାଯାଇଥିଲା । ଉଲ୍ଲେଖ କରାଯାଇଥିଲା ଯେ, କୌଣସି ବିଦେଶୀ ସରକାରଙ୍କର ଦେଶର ନାଗରିକ ଉପରେ ମତ ଦେବାର କିଛି ଯଥାର୍ଥତା ନାହିଁ । ସମ୍ବିଧାନ ସେମାନଙ୍କ ଅଧିକାରକୁ ସୁରକ୍ଷିତ କରୁଛି ।
ଭାରତ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଧାର୍ମିକ ସଂଖ୍ୟାଲଘୁମାନଙ୍କର ସ୍ଥିତି ଖରାପ ହୋଇଛି । ସେହିଭଳି ଭାରତୀୟ ଗଣମାଧ୍ୟମ ଓ ଭାରତ ସରକାରଙ୍କ ରିପୋର୍ଟ ଅନୁଯାୟୀ ଏହା ପ୍ରସ୍ତୁତ କରାଯାଇଛି । ଏହାଛଡା ଅନେକ ଏନ୍ଜିଓକୁ ମଧ୍ୟ ତଥ୍ୟକୁ ନିଆଯାଇଛି । ସଂଖ୍ୟାଲଘୁ ଅନୁଷ୍ଠାନ ଗୁଡିକ ଉପରେ ଆକ୍ରମଣ କରାଯାଇଛି । କିନ୍ତୁ ଅନେକ ସମୟରେ ତଦନ୍ତ ପ୍ରକ୍ରିୟା ନିରବ ରହିଛି ଏବଂ ସରକାରଙ୍କ ପକ୍ଷରୁ ସେଭଳି କିଛି ପଦକ୍ଷେପ ନିଆଯାଇଛି । ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନଙ୍କ ଉପରେ ଆକ୍ରମଣ କରାଯାଇଛି । ବିଶେଷ କରି ଗୋ-ହତ୍ୟା ଓ ଗୋ- ଚାଲାଣକୁ ନେଇ ଅଣହିନ୍ଦୁମାନଙ୍କ ଉପରେ ଆକ୍ରମଣ ବଢିଛି ।
ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭଗୱତ କହିଛନ୍ତି ଯେ, ଭାରତରେ ରହୁଥିବା ହିନ୍ଦୁ, ମୁସ୍ଲିମ୍ମାନଙ୍କର ସମାନ ଡିଏନ୍ଏ । ତେଣୁ ସେମାନେ ଧାର୍ମିକ ଦୃଷ୍ଟିକୋଣରୁ ଭିନ୍ନ ନୁହଁନ୍ତି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ପୋଲିସ ଅଣହିନ୍ଦୁମାନଙ୍କୁ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ବୟାନ ଦେବା ନେଇ ଗିରଫ କରିଛି । ସେମାନଙ୍କୁ ହିନ୍ଦୁ ବିରୋଧୀ ବୋଲି ଚିତ୍ରଣ କରାଯାଇଛି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସେପେଫମ୍ବର ୧୨ରେ ସର୍ବସାଧାରଣରେ କହିଥିଲେ , ଉତ୍ତରପ୍ରଦେଶର ପୂର୍ବ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥା ମୁସ୍ଲିମ୍ମାନଙ୍କୁ ଅଗ୍ରାଧିକାର ଦେଇଛନ୍ତି । ସେହିଭଳି ଏନ୍ଜିଓଗୁଡିକୁ ମଧ୍ୟ ଏଫ୍ସିଆର୍ଏ ଆଇନ ଅନୁଯାୟୀ ସମାଲୋଚନା କରାଯାଇଛି । ସେମାନେ ସେମାନଙ୍କ ବିଦେଶୀ ସହାୟତାକୁ ବନ୍ଦ କରିଦିଆଯାଇଛି ।
ଗଣମାଧ୍ୟମ ତଥ୍ୟ ଅନୁଯାୟୀ ୫୭୮୯ ଏନ୍ଜିଓର ଏଫ୍ସିଆର୍ଏ ଲାଇସେନ୍ସକୁ ବାତିଲ କରାଯାଇଛି । ଚଳିତବର୍ଷ ସରକାର ୧୭୯ ଏନ୍ଜିଓର ଏଫ୍ସିଆର୍ଏଲ୍ ଲାଇସେନ୍ସକୁ ବାତିଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଶ୍ୱାସକୁ ନେଇ କାର୍ଯ୍ୟ କରୁଥିଲେ ।