ପରମାଣୁ ପରୀକ୍ଷଣ କରିବ ଉତ୍ତର କୋରିଆ

ଓ୍ବାସିଂଟନ (ସଂକେତ୍ ଟିଭି) : ନିକଟ ଅତୀତରେ ଉତ୍ତରକୋରିଆ ତାର ମିସାଇଲ ପରୀକ୍ଷଣକୁ ନେଇ ଆମେରିକାର ଆକ୍ରୋଶର ଶିକାର ହୋଇଥିବା ବେଳେ ଏବେ ପୁଣି ସେଭଳି କିଛି ପଦକ୍ଷେପ ନେବାକୁ ଯାଉଛନ୍ତି କିମ୍ ଜଙ୍ଗ୍ ଉନ୍ ।

ସୂଚନା ଥାଉକି ସୂଚନା ଥାଉକି ଆମେରିକାର ରାଷ୍ଟ୍ର ତି କିମ୍ ଜଙ୍ଗ ଉନଙ୍କର ବିଶେଷ ସହଯୋଗୀ ସୁଙ୍ଗ କିଙ୍ଗ କହିଛନ୍ତି ଯେ, ଉତ୍ତରକୋରିଆ ନିକଟରେ ପରମାଣୁ ପରୀକ୍ଷଣ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆମେରିକା ତାର ସମର୍ଥିତ ରାଷ୍ଟ୍ର ଜାପାନ୍ ଓ ଦକ୍ଷିଣ କୋରିଆର ମିଳିତ ସହଯୋଗରେ ପୋଙ୍ଗୟାଙ୍ଗରେ ସମ୍ଭାବିତ ପରମାଣୁ ପରୀକ୍ଷଣକୁ ରୋକିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଦକ୍ଷିଣ କୋରିଆ ଏବଂ ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉତ୍ତର କୋରିଆର ପରମାଣୁ ପରୀକ୍ଷଣ ପାଇଁ ତାହାର ଉତ୍ତର- ପୂର୍ବାଞ୍ଚଳରେ ପରୀକ୍ଷଣ କ୍ଷେତ୍ର ପ୍ରସ୍ତୁତ କରିବାକୁ ସେମାନେ ଉଦ୍ୟମ କରୁଥିବା କହିଛନ୍ତି । ଉତ୍ତର କୋରିଆର ଆଣବିକ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ ଯୋଗୁ କୋରିଆ ଉପଦ୍ୱୀପ ପ୍ରତି ବଢ଼ୁଥିବା ବିଦ ସମ୍ପର୍କରେ ତାଙ୍କ ଦକ୍ଷିଣ କୋରିଆ ଏବଂ ଜାପାନ ପ୍ରତିକ୍ଷଙ୍କ ସହ ତ୍ରିପାକ୍ଷିକ ଆଲୋଚନା କରିବା ପାଇଁ ବାଇଡେନଙ୍କ
ସରକାରର ରାଷ୍ଟ୍ରଦୂତ ସଙ୍ଗ କିମ ସିଓଲରେ ପହଞ୍ଚିଥିଲେ ।

ଆମେରିକା ଆକଳନ କରିଛି ଯେ, ଉତ୍ତର କୋରିଆ ଏହାର ପୁଙ୍ଗେଇ-ରି ପରୀକ୍ଷଣ ସ୍ଥାନରେ ଏକ ନୂତନ ରାଉଣ୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି ଯାହାକି ଉତ୍ତରକୋରିଆର ସପ୍ତମ ପରମାଣୁ ପରୀକ୍ଷା ହେବ । ସାମ୍ କିଙ୍ଗ୍‌ କହିଛନ୍ତି ଯେ, ଉତ୍ତର କୋରିଆର ଆଣବିକ ପରୀକ୍ଷଣରୁ ଆସିଥିବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସିଓଲ୍ ଏବଂ ଟୋକିଓ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରିବା ସହିତ ୱାଶିଂଟନ୍ ତାହାର ସାମରିକ ନିୟୋଜନରେ ଉଭୟ ସ୍ୱଳ୍ପ ଏବଂ ଦୀର୍ଘକାଳୀନ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ।

ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ୍ ଜାପାନ୍‌ ଯାଇଥିବା ବେଳେ ଏପଟେ ଉତ୍ତରକୋରିଆ ତାର ମିଶାଇଲ ପରୀକ୍ଷଣ କରିଥିଲା । ଆଉ ଏହାରି ଭିତରେ ଏବେ ପୁଣି ଥରେ ଯେଉଁ ପରମାଣୁ ପରୀକ୍ଷଣ କଥା କୁହାଯାଉଛି, ତାକୁ ନେଇ ବଢ଼ିଛି ଚର୍ଚ୍ଚା ।