ପବନରୁ ପାଣି ତିଆରି କରୁଛି ମେସିନ୍
ନୂଆଦିଲ୍ଲୀ (ସଂକେତ୍ ଟିଭି) : ଇସ୍ରାଏଲର ଏକ କମ୍ପାନୀ ‘ୱାଟରଜେନ୍’ ପବନରୁ ପାଣି ତିଆରି କରୁଛି । ଏହି ମେସିନ୍ ଏବେ ଭାରତକୁ ଆସିଛି । ଏହି କମ୍ପାନୀ ଏସ୍ମ୍ଭି ଜୟପୁରିଆ ଗୃପ ସହିତ ପାର୍ଟନରସିପ୍ ମଧ୍ୟ କରିଛି । ଏହି ପାର୍ଟନରସିପ୍ରୁ କମ୍ପାନୀର ଆଟ୍ମୋସ୍ପେରିକ୍ ୱାଟର ଜେନେରେଟର ପ୍ରଡକ୍ଟକୁ ବହୁ କାଟାଗୋରୀରେ ଭାରତକୁ ଅଣାଯିବ । ଏହି ମେସିନ୍ ଏମ୍ବିୟଟ ଏୟାରରୁ ମିନେରଲାଇଜଡ୍, ସେଫ୍ ଡ୍ରିଙ୍କିଙ୍ଗ ୱାଟର ଉତ୍ପାଦନ କରିଥାଏ ।
କମ୍ପାନୀର କହିବା ଅନୁସାରେ, ଅପରେସନ୍ ଷ୍ଟାର୍ଟ ହେବାର ଏକ ବର୍ଷ ଭିତରେ ସେ ମାନୁଫାକଚରିଂ ୟୁନିଟକୁ ଭାରତରେ ଲଞ୍ଚ କରିବ । ଏହି ପ୍ରଡକ୍ଟର କାପାସିଟି ୩୦ ଲିଟରରୁ ନେଇ ୬୦୦୦ ଲିଟର ପ୍ରତିଦିନ ରହିଥାଏ । କମ୍ପାନୀ ବର୍ତ୍ତମାନ ମୂଲ୍ୟ ଉପରେ କୌଣସି ସୂଚନା ଦେଇନାହିଁ । କୁହାଯାଉଛି ଯେ, ଏହାର ମୂଲ୍ୟ ୨.୫ ଲକ୍ଷ ଟଙ୍କାରୁ ଅଧିକ ହୋଇପାରେ ।
କମ୍ପାନୀର କହିବା ଅନୁସାରେ, ଏହି ପ୍ରଡକ୍ଟ ସ୍କୁଲ, ହସ୍ପିଟାଲ, ପାର୍କ, ଘର, ଅଫିସ, ରିସୋର୍ଟ, କନଷ୍ଟ୍ରକସନ୍ ସାଇଟ୍, ଗାଁ, ରେସିଡେନ୍ସିଆଲ୍ ବିଲ୍ଡିଂ ଓ ଅନ୍ୟ ସ୍ଥାନରେ ଖୁବ୍ କାମରେ ଆସିବ । ସେଠାରେ ପାନୀୟ ଜଳର ବହୁତ ଦରକାର ରହିଥାଏ । ଏହି ମେସିନ୍ ପବନରେ ଥିବା ଆଦ୍ରତାକୁ ଉପଯୋଗ କରି ପାଣିରେ ରୂପାନ୍ତରିତ କରିଥାଏ । ଡିଭାଇସ୍ରେ ପ୍ଲଗ ଆଣ୍ଡ ଫ୍ଲେ ଟେକ୍ନୋଲୋଜି ଦିଆଯାଇଛି । ଏଥିରେ ଆପଣ ଯେ କୌଣସି ଷ୍ଟାଣ୍ଡାର୍ଡ ଇଲେକ୍ଟ୍ରିସିଟି କନେକ୍ସନ କିମ୍ବା
ଅଲଟରନେଟିଭ ଏନର୍ଜି ସୋର୍ସ ସହିତ ଇନଷ୍ଟଲ କରିପାରିବେ ।