ଆଗାମୀ ଦିନରେ ଟେଷ୍ଟ ମ୍ୟାଚ୍ ସଂଖ୍ୟା ହ୍ରାସ ପାଇବ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଆଇସିସି ଚେୟାରମ୍ୟାନ୍ ଗ୍ରେଗ୍‌ ବାର୍କେଲେ କହିଛନ୍ତି ଯେ, ଘରୋଇ ଟି-୨୦ ଲିଗ୍‌ ବଢୁଥିବା କାରଣରୁ ଦ୍ୱିପାକ୍ଷିକ ସିରିଜ୍ ଛୋଟ ହେବାରେ ଲାଗିଛି । ଏହି କାରଣରୁ ଆଗାମୀ ଦଶକରେ ଟେଷ୍ଟ ମ୍ୟାଚର ସଂଖ୍ୟାରେ ହ୍ରାସ କରିବାକୁ ହେବ । ନଭେମ୍ବର ୨୦୨୦ ରେ ଆଇସିସି ଚେୟାରମ୍ୟାନ୍ ହୋଇଥିବା ବାର୍କଲେ କହିଛନ୍ତି, ଆଗାମୀ ବର୍ଷରୁ ଆରମ୍ଭ ହେଉଥିବା ଆଗାମୀ ଫ୍ୟୁଚର ଟୁର ପ୍ରୋଗ୍ରାମ୍ ଧାର୍ଯ୍ୟ କରିବା ସମୟରେ ଆଇସିସିକୁ ବଡ ସମସ୍ୟା ସମ୍ମୁଖୀନ ହେବାକୁ ପଡିବ ।

ସେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଭିତରେ ୩ ଟେଷ୍ଟ ମ୍ୟାଚର ସିରିଜ୍ ପୂର୍ବ ମ୍ୟାଚ୍‌ ବେଳେ ବିବିସିର ଟେଷ୍ଟ ମ୍ୟାଚ୍‌ ସ୍ପେଶାଲ କାର୍ଯ୍ୟକ୍ରମରେ କହିଥିଲେ, ପ୍ରତି ବର୍ଷ ମହିଳା ଓ ପୁରୁଷ କ୍ରିକେଟର ଏକ ଟୁର୍ଣ୍ଣାମେଣ୍ଟ ରହିଛି । ଏହାଛଡା ଘରୋଇ ଲିଗ୍ ବଢିବାରେ ଲାଗିଛି । ସେ କହିଥିଲେ, ଏହାର ଦୁର୍ଭାଗ୍ୟପୂର୍ଣ୍ଣ ପରିଣାମ ହେବ । ଖେଳିବାର ଅଭିଜ୍ଞତା ଦୃଷ୍ଟିକୋଣରୁ ଏବଂ ସେହି ଦେଶର ରାଜସ୍ୱ ଉପରେ ମଧ୍ୟ, ଯାହାକୁ ଅଧିକ ଖେଳିବାର ସୁଯୋଗ ମିଳେନି ।

ବିଶେଷ ଭାବରେ ଭାରତ, ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡ ଭଳି ଟିମ୍‌ ବିରୋଧରେ ସେ କହିଛନ୍ତି, ଆଗାମୀ ୧୦-୧୫ ବର୍ଷରେ ଟେଷ୍ଟ କ୍ରିକେଟ ଖେଳର ଅଭିନ୍ନ ଅଂଶ ରହିବ, କିନ୍ତୁ ମ୍ୟାଚର ସଂଖ୍ୟା କମ୍ ହୋଇପାରେ । ସେ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଦେଶ ଉପରେ ଏହାର ପ୍ରଭାବ ପଡିବ ନାହିଁ ।

ବାର୍କେଲେ ଏହା ମଧ୍ୟ କହିଛନ୍ତି ଯେ, ମହିଳା କ୍ରିକେଟରେ ଟେଷ୍ଟ ଫର୍ମାଟର ସେତେ ଦୃତ ଗତିରେ ବିକାଶ ହୋଇନାହିଁ । ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଘରୋଇ ଢାଞ୍ଚା ସେହି ଭଳି ହେବା ଦରକାର, ଯାହାକି ଏବେ କୌଣସି ଦେଶରେ ନାହିଁ । ମୋତେ ଲାଗୁନି ମହିଳା କ୍ରିକେଟରେ ଟେଷ୍ଟ ଫର୍ମାଟ ସେତେ ଅଧିକ ଭାବରେ ବିକାଣ ହେଉଛି । ଉଲ୍ଲେଖନୀୟ ଯେ, ଭାରତୀୟ ମହିଳା ଟିମ୍ ମଧ୍ୟ କମ୍ ଟେଷ୍ଟ ମ୍ୟାଚ୍ ଖେଳିଥାଏ ।