CulturalFeaturedLatest

ବାହା ହେଇ ଯାଉଥିଲା ଝିଅ ରାସ୍ତାରେ ଅଟକାଇଲା ପ୍ରେମିକ

ଭଦ୍ରକ (ସଂକେତ୍ ଟିଭି) : ଲଭ୍‌ ପରେ ଧୋକା । ଶେଷରେ ଆଉ ଜଣେ ଯୁବକଙ୍କ ସହିତ ବାହାଘର। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନସ୍ଥ ବରାଙ୍ଗ ଗ୍ରାମରେ। ଉକ୍ତ ଗ୍ରାମର ନିଶାକର ବାରିକଙ୍କ ପୁଅ ଦିନବଂଧୁ ବାରିକ୍‌ ବାସୁଦେବପୁର ଥାନା ଅଧିନ ଲୁଙ୍ଗା ପଂଚାୟତର ବାରିକ୍‌ସାହିର ସୁଶାନ୍ତ ବାରିକଙ୍କ ଝିଅ ହେମଲତା (ଛଦ୍ମନାମ)ଙ୍କୁ ଦୀର୍ଘ ୮ବର୍ଷ ହେଲା ଭଲ ପାଇଆସୁଥିଲେ।

ଦୀନବନ୍ଧୁ ହେମଲତାଙ୍କ ପରିବାର ସହ କଥା ମଧ୍ୟ କଥା ହେଉଥିଲେ। ଦୁଇ ଜଣଙ୍କ ବାହାଘର କରାଯିବା ବୋଲି ଝିଅର ବାପା ପୁଅକୁ କଥା ମଧ୍ୟ ଦେଇଥିଲେ। ସଂପର୍କ ଏତେ ନିବିଡ ହୋଇଥିଲା ଯେ ଘରର ଅସୁବିଧା ପାଇଁ ଝିଅର ବାପାବି ପୁଅ ପାଖରୁ ସମୟ ସମୟ ଟଙ୍କାବି ନେଇଥିଲେ। ପୁଅର ପରିବାର ଓ ଝିଅ ପରିବାର ଫୋନ ଯୋଗେ କଥାବାର୍ତ୍ତା ଚାଲିଥିଲା।

କିନ୍ତୁ ଶୁକ୍ରବାର ରାତିରେ ହଠାତ ପୁଅ ଝିଅ ଘର ପାଖରୁ ହେମଲତାର ବିବାହ ଅନ୍ୟତ୍ର କରାଯାଉଛି ବୋଲି ଖବର ପାଇ ପିରାହାଟ ଥାନାରେ ପହଂଚିଥିଲା। ଝିଅର ବିଭାଘର ପିରହାଟ ଥାନା ଦୈଲତପୁର ଅଂଚଳରେ ହେଉଛି ବୋଲି ଥାନାରେ ଜଣାଇବା ସହ ଝିଅର ବାପାଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିଥିଲେ । କିନ୍ତୁ କେହି ଫୋନ ଉଠାଇନଥିଲେ।

ତେବେ ଥାନାରେ ପ୍ରେମିକ ଯୁବକ ଜଣାଇବା ପରେ ଶନିବାର ସକାଳୁ ଇଛାପୁର ବଜାରରେ ବାହାଘର ସାରି ଫେରୁଥିବା ବର ଗାଡ଼ିକୁ ଅଟକାଇଥିଲେ । ଘଟଣା ସ୍ଥଳରେ ପ୍ରବଳ ମାତ୍ରାରେ ଉତ୍ତେଜନା ଦେଖାଦେଇଥିଲା । ସାବରଙ୍ଗ ପୋଲିସ ପହଂଚି ସମସ୍ତଙ୍କୁ ଥାନାକୁ ଆଣିଥିଲା । ଥାନାରେ ତିନି ପକ୍ଷ ପହଂଚିବା ପରେ ବର ଓ କନିଆଁକୁ ପୋଲିସ ଛାଡିଦେଇଥିଲା । ତେବେ ଝିଅର ବାପା ସୁଶାନ୍ତ ବାରିକ୍‌ ଓ ପୁଅ ଦିନବଂଧୁ ବାରିକ୍‌ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ ।