ସୁଷମ ଖାଦ୍ୟାଭାବରୁ ଯାଉଛି ୧୭ ଲକ୍ଷ ଲୋକଙ୍କ ଜୀବନ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦେଶରେ କୋଟି କୋଟି ଲୋକ ସୁଷମ ଖାଦ୍ୟରୁ ବଞ୍ଚିତ । ଏହି କାରଣରୁ ଦେଶରେ ପ୍ରତିବର୍ଷ ୧୭ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ଏହାସହ ଉତ୍ତମ ଖାଦ୍ୟର ଅଭାବ ପରିବେଶ ଉପରେ ବି ପକାଉଛି ନକାରାତ୍ମକ ପ୍ରଭାବ । ବିଶ୍ୱ ପରିବେଶ ଦିବସ ପୂର୍ବରୁ ଏହି ଚିନ୍ତାଜନକ ତଥ୍ୟ ଦେଇଛି ବିଜ୍ଞାନ ଓ ପରିବେଶ କେନ୍ଦ୍ର ବା ସିଏସଇ ।

ବିଶ୍ୱରେ ୪୨ ପ୍ରତିଶତ ଲୋକ ସୁଷମ ଖାଦ୍ୟରୁ ବଞ୍ଚିତ ହେଉଥିବା ବେଳେ, ଭାରତରେ ଏହି ହାର ୭୧ ପ୍ରତିଶତ । ଖାଦ୍ୟରେ ପନି ରିବା, ଫଳ, ପୁଷ୍ଟିକର ସାମଗ୍ରୀ, ପ୍ରୋଟିନ ଓ ଭିଟାମିନ ଜାତୀୟ ଶସ୍ୟ ଅଭାବରୁ ଲୋକେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକି ମୃତ୍ୟୁର କାରଣ ହେଉଛି ବୋଲି ରିପୋର୍ଟରେ କୁହାଯାଇଛି ।

ଭିଟାମିନ ଓ ପ୍ରୋଟିନ ବିହୀନ ଖାଦ୍ୟର ଅଭାବ ହିଁ ମଧୁମେହ, କର୍କଟ, ହୃଦଘାତ, ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଓ ଅନ୍ୟାନ୍ୟ ରୋଗର କାରଣ ହୋଇଥାଏ । ଫଳ, ପନି ରିବା, ଶସ୍ୟ, ମାଂସ, ମିଠା ପାନୀୟ ଆଦି ଖାଦ୍ୟର ଅଭାବ ଯୋଗୁ ଲୋକମାନେ ନାନା ରୋଗର ସମ୍ମୁଖୀନ ହୋଇଥାନ୍ତି । ସିଏସଇ ପକ୍ଷରୁ କୁହାଯାଇଛି, ଖାଦ୍ୟ ବ୍ୟବସ୍ଥା ଜରିଆରେ ପରିବେଶ ନିୟନ୍ତ୍ରିତ ହୋଇଥାଏ । ଏପରିକି ପ୍ରଚୁର ଦୁଗ୍ଧ ଉତ୍ପାଦନ ସାଧାରଣତଃ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ନିୟନ୍ତ୍ରଣ କରିଥାଏ ।

ସେହିପରି ଶସ୍ୟ ଉତ୍ପାଦନ ଜଳ, ନାଇଟ୍ରୋଜେନ ଓ ଫସଫରସ ମାତ୍ରା ଉପରେ ପ୍ରଭାବ ପକାଇଥାଏ । ଦେଶରେ ମାତ୍ରାଧିକ ଦରବୃଦ୍ଧି ଲୋକଙ୍କ ସମସ୍ୟାକୁ ବହୁଗୁଣିତ କରିଛି । ଗତବର୍ଷ ଖାଉଟି ଖାଦ୍ୟ ଦର ସୂଚୀ ବା ସିଏଫପିଆଇ ମୁଦ୍ରାସ୍ଫୀତି ୩୨୭ ପ୍ରତିଶତ ବଢ଼ିଥିବା ବେଳେ, ଖାଉଟି ଦର ସୂଚୀ ବା ସିପିଆଇ ୮୪ ପ୍ରତିଶତ ବୃଦ୍ଧିପାଇଛି । ରିପୋର୍ଟରେ କୁହାଯାଇଛି ଦେଶର ବିକାଶ ହୋଇଥିବା ସତ୍ତ୍ୱେ ଲୋକଙ୍କ ଖାଦ୍ୟ ପୁଷ୍ଟିକର ହେଉନାହିଁ । ଦେଶରେ ଅପପୁଷ୍ଟିର ସ୍ତର ଦିନକୁ ଦିନ ବୃଦ୍ଧି ପାଉଥିବା ରିପୋର୍ଟରେ ଦର୍ଶାଯାଇଛି ।