ସେନାରୁ ବିଦା ହେବ “ଜିପସି’, କ୍ରମାନୁସାରେ ହଟିବେ ୩୫ ହଜାର ବାହନ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ରାଜସ୍ଥାନର ମରୁବାଲି ହେଉ ଅଥବା ଲଦ୍ଦାଖର ଲାଇନ ଅଫ କଣ୍ଟ୍ରୋଲ ବା ଆବୁଡାଖବୁଡା ବନ୍ଧୁର ବାସ୍ତବିକ ନିୟନ୍ତ୍ରଣ ରେଖା ସବୁଠି ସେନାର ପ୍ରିୟ ବାହନ ଜିପସି ସେବା ମୁକ୍ତ ହୋଇ ଏବେ ଇତିହାସରେ ବିଲୀନ ହେବାକୁ ଯାଉଛି । ସେନାର ଜୀବନ ବୋଲି କୁହାଯାଉଥିବା ଏହି ବାହନ କ୍ରମାନୁସାରେ ହଟିବାକୁ ଯାଉଥିବା ବେଳେ ଏହାଠାରୁ ଅଧିକ ଦକ୍ଷ ଓ ହାଲୁକା ବାହନ ପ୍ରଚଳନ ପାଇଁ ଏବେ ବିଚାର କରାଯାଉଛି ।

ବର୍ତ୍ତମାନ ସମୟରେ ଭାରତୀୟ ସେନାରେ ୩୫ ହଜାରରୁ ଅଧିକ ଜିପ୍ସି ସେବାରତ । ଏହା ବଦଳେ ସେନା ଏବେ ଅଧିକ ଦକ୍ଷ ହାଲୁକା ଫୋର ବାଇ ଫୋର ବାହନର ସନ୍ଧାନ ଆରମ୍ଭ କରିଦେଇଛି । ଏଥିରେ ସେନାରୁ ସେବାମୁକ୍ତ ହେବାକୁ ଯାଉଥିବା ଜି ସି ଗୁଡିକ ଖୋଲା ବଜାରରେ ବିକ୍ରି କରିଦିଆଯିବ । ମାରୁତି ଜି ସୀ ୧୯୮୪ ମସିହାରୁ ସେନାର ପ୍ରଥମ ପସନ୍ଦ ରହି ଆସିଛି । ଜଳ,ସ୍ଥଳ ଓ ବାୟୁସେନା ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଅପରେସନ ଅନୁରୂପ ଜିପସି ଯୋଗାଇ ଦିଆଯାଇଥିଲା ।