ବିରାଟ କୋହଲି , ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଉପରେ ବର୍ଷିଲେ କପିଲ୍ ଦେବ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ବିରାଟ କୋହଲି , ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟର କପିଲ ଦେବ । ସେ କହିଛନ୍ତି ଯେ ଯେତେବେଳେ ରନ୍ କରିବାର ଆବଶ୍ୟକତା ଅଛି ଏହି ତିନି ଜଣ ଆଉଟ୍ ହୋଇଯାଉଛନ୍ତି ।

କପିଲ ଦେବ କହିଛନ୍ତି ଯେ, ରୋହିତ, ବିରାଟ ଓ କେଏଲ ରାହୁଲଙ୍କ ଉଭରେ ଓପନିଂ ଭାର ନିର୍ଭର କରେ । ତିନି ଜଣ ଚାପରେ ଅଛନ୍ତି । ତେବେ ଏହା ଚିନ୍ତାର ବିଷୟ ହେବା ଉଚିତ ନୁହେଁ । ସମସ୍ତେ ବିନା ଡରରେ ଖେଳିବା ଦରକାର । ଏହି ୩ ପ୍ଲେୟାର ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ୍ କରିପାରିବେ ।

କପିଲ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ରନ୍ କରିବାର ଆବଶ୍ୟକତା ଅଛି ବିରାଟ ଓ ରୋହିତ ଆଉଟ୍ ହୋଇଯାଉଛନ୍ତି । ପାଳିରେ ରନରେଟ୍ ବଢାଇବା ସମୟରେ ସେମାନେ ପ୍ୟାଭିଲିୟନ ଫେରୁଛନ୍ତି । ତେଣୁ ଦଳ ଉପରେ ଚାପ ବଢିଥାଏ । ଯଦି କେବଳ ଷ୍ଟ୍ରାଇକର ରୋଲ୍ ନିଭାଇବାକୁ ହୁଏ ତେବେ ଆଙ୍କର ରୋଲ୍ ହିଁ ଠିକ୍ ।

କେଏଲ ରାହୁଲଙ୍କୁ ନେଇ ମଧ୍ୟ କପିଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତାଙ୍କ କାମକୁ ନେଇ ସ୍ପଷ୍ଟତା ଜରୁରୀ । ଯଦି ଦଳ ତାଙ୍କୁ ୨୦ ଓଭର ଖେଳିବାକୁ ହୁଏ ଓ ସେ ୬୦ ରନରେ ପ୍ୟାଭିଲିୟନ ଫେରନ୍ତି ତେବେ ଏହା ଠିକ୍ ନୁହେଁ । ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏପରି ନହେଲେ ଖେଳାଳି ବଦଳାଇବାକୁ ହୁଏ ।