ସ୍ତ୍ରୀକୁ କରାଯାଉଥିଲା ଦ୍ବିତୀୟ ବିବାହ, ବିବାହ ସ୍ଥଳରୁ ଫିଲ୍ମ ଷ୍ଟାଇଲରେ ଟେକି ନେଲା ସ୍ବାମୀ

ଭଦ୍ରକ (ସଂକେତ୍ ଟିଭି) : ସ୍ତ୍ରୀକୁ ଅନ୍ଯତ୍ର ବିବାହ କରୁଥିଲେ ତାଙ୍କର ମାମୁଁ ମାଇଁ । ହେଲେ ଏହି ସମୟରେ ଫିଲ୍ମ ଷ୍ଟାଇଲରେ ତାଙ୍କର ସ୍ବାମୀ ପହଂଚି ସ୍ତ୍ରୀକୁ ଟେକି ନେଇଥିଲେ । ଏଭଳି ଘଟଣା ଘଟିଛି ଭଦ୍ରକରେ ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧୁଷୁରି ବଜାରରେ ଦେବେନ୍ଦ୍ର ଗୋଛୟତଙ୍କ ପୁଅ ରାହୁଲ ନିକଟ ବ୍ରାହ୍ମଣିପାଳ ଡକା ସାହିର ବଳରାମ ପଣ୍ଡାଙ୍କ ଝିଅ ହରପ୍ରିୟାକୁ ଭଲପାଇ ଉଭୟ ଘରଛାଡି ପୁରୀରେ ବିବାହ କରିଥିଲେ। ବିବାହର ୬ମାସ ପରେ ସାବିତ୍ରୀ ବ୍ରତ ପରଦିନ ନିକଟ ଆଖଣ୍ଡଳମଣି କଲେଜରେ ପରୀକ୍ଷା ଦେଇ ଫେରୁଥିବା ସମୟରେ ତାଙ୍କୁ କରାଯାଇଥିଲା ଅପହରଣ । ପରୀକ୍ଷା ହଲରୁ ହରିପ୍ରିୟା ବାହାରିବା ସମୟରେ ଏକ କାର୍ ରେ ଅପହରଣ କରାଯାଇଥିଲା ।

ରାହୁଲ ଗାଡିକୁ ପିଛା କରି ନିରାଶ ହୋଇ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଅଭିଯୋଗ ପରେ ପୋଲିସ ୪୪/22ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ସେପଟେ ପରିବାର ନିଜ ବୋହୂର ଫେରିବା ବାଟକୁ ଅନେଇ ବସିଥିବା ବେଳେ ସ୍ବାମୀ ରାହୁଲ ନିଜ ସ୍ତ୍ରୀର ଫଟକୁଧରି ପାଗଳ ପରି କାନ୍ଦି କାନ୍ଦି ସୋସିଆଲ ମିଡିଆରେ କହିଥିଲେ, କୋଉଠି ଅଛୁ ଫେରିଆ ଧନ ତୋ ବିନା ମୁଁ ବଞ୍ଚି ପାରିବିନି।

ସେପଟେ କୁହାଯାଉଛି ଯେ, ହରପ୍ରିୟାକୁ ଆଉ କେହି ନୁହଁ ତାଙ୍କ ମାମୁଁ ଓ ମାଇଁ ଅପହରଣ କରି ନେଇଥିଲେ । ଅନ୍ୟ ପକ୍ଷରେ ଝିଅର ପରିବାର ଲୋକେ ଓ ମାମୁଁ ମାଇଁ ଝିଅକୁ ଅନ୍ୟ ଏକ ଯୁବକ ସହ ବିବାହ କରିବା ପାଇଁ ଭଦ୍ରକ ଅଣ୍ଡରାଇ ଜଗନ୍ନାଥ ମନ୍ଦିର ଆଣିଥିଲେ ।ଏ ଖବର ସ୍ବାମୀ ରାହୁଲ ଜାଣିବା ପରେ ତାଙ୍କ ସାଙ୍ଗ ମାନଙ୍କ ସହ ମନ୍ଦିର ନିକଟରେ ପହଞ୍ଚି ଥିଲେ । ସ୍ତ୍ରୀ ହରପ୍ରିଆ ସ୍ବାମୀକୁ ଦେଖି ମାମୁଁ ମାଇଁଙ୍କ ହାତକୁ ଛାଟିଦେଇ ରାହୁଲଙ୍କ ପାଖକୁ ଦୌଡି ଆସିଥିଲେ। ପୁର୍ବରୁ ପ୍ରସ୍ତୁତ ଥିବା ସ୍ବାମୀ ନିଜ ସ୍ତ୍ରୀକୁ ଫିଲ୍ମ ଷ୍ଟାଇଲରେ ଘଟଣା ସ୍ଥଳରୁ ନେଇ ପଳାଇ ଯାଇଛି ।