ଆସିଲା ହୋଣ୍ଡାର ନୂଆ ଇ-ସ୍କୁଟର ‘ୟୁ ଗୋ’, ଥରେ ଚାର୍ଜ ହେଲେ ଯିବ ୧୩୦ କିମି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ହୋଣ୍ଡାର ନୂଆ ଇଲେକ୍ଟ୍ରିକ୍ ସ୍କୁଟର ୟୁ-ଗୋ ଭାରତୀୟ ବଜାରରେ ଲଞ୍ଚ୍ ହୋଇଛି । ଏହି ସ୍କୁଟର ଦୁଇଟି ଭାରିଆଣ୍ଟରେ ଲଞ୍ଚ୍ ହୋଇଛି । ଯେଉଁଥିରେ ଦୁଇଟି ପୃଥକ ପୃଥକ ପାଓ୍ୱାର ବିଶିଷ୍ଟ ବ୍ୟାଟେରୀ ପ୍ରଦାନ କରାଯାଇଛି ।

ଚୀନର ବୁୟାଙ୍ଗ୍ ହୋଣ୍ଡା ୟୁନିଟ୍ ତିଆରି ହୋଇଥିବା ଏହି ସ୍କୁଟର ପ୍ରାରମ୍ଭିକ ମୂଲ୍ୟ ୭୪୯୯ ସିଏନଓ୍ୱାଇ ବା ୮୭୦୦୦ ଟଙ୍କା ରହିଛି । ଏହାର ଷ୍ଟାଣ୍ଡାର୍ଡ ମଡେଲ ୧.୨ କିଲୋ ଓ୍ୱାଟ୍ ରେଟିଂର ଦାମ୍ ସିଏନଓ୍ୱାଇ ୭୯୯୯ ବା ୯୩୦୦୦ ଟଙ୍କା ରହିଛି । ଚୀନ ବଜାରରେ ଏହାର ଦାମ୍ ଅନ୍ୟ ଇ ସ୍କୁଟର ତୁଳନାରେ ବହୁତ କମ୍ ଅଟେ । ଏହା ଭାରତରେ ଲଞ୍ଚ୍ ହେଲା ପରେ ସିଧାସଳଖ ଓଲା ଇ-ସ୍କୁଟର ସହ ଟକ୍କର ଦେଉଛି ।

ୟୁ ଗୋର ଲୋ-ସ୍ପିଡ୍ ମଡେଲରେ ୮୦୦ ଓ୍ୱାଟର କଣ୍ଟିନ୍ୟୁଅସ୍ ହବ୍ ମୋଟର ସହ ୧.୨ କିଲୋ ଓ୍ୱାଟ୍ ପିକ୍ ପାଓ୍ୱାର ସପୋର୍ଟ କରିବ । ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୪୩ କିମି ଅଟେ । ସେହିପରି ଷ୍ଟାଣ୍ଡାର୍ଡ ମଡେଲ ଘଣ୍ଟା ପ୍ରତି ୫୩ କିମି ବେଗରେ ଗତି କରିପାରିବ ।

ଉଭୟ ମଡେଲରେ ୧.୪୪ କିଲୋ ଓ୍ୱାଟ କ୍ଷମତା ବିଶିଷ୍ଟ ୪୮ ଭି ଓ ୩୦ ଏଏଫର ରିମୁଭେବଲ-ଆୟନ ବ୍ୟାଟେରୀ ଦିଆଯାଇଛି । ସିଙ୍ଗଲ ଚାର୍ଜରେ ଏହା ୬୫ କିମି ଓ ଉଭୟ ବ୍ୟାଟେରୀରେ ଏହା ୧୩୦ କିମି ଯାଏଁ ଯାଇପାରିବ ।

ଏତତ୍ ବ୍ୟତୀତ. ଇସ୍କୁଟରରେ ଏଲସିଡି ସ୍କ୍ରିନ୍ ଦିଆଯାଇଛି । ଚାର୍ ଓ ରାଇଡିଂ ମୋଡ୍ ଭଳି ଫିଚର୍ସ ମଧ୍ୟ ଏଥିରେ କମ୍ପାନୀ ପ୍ରଦାନ କରିଛି । ଏହସହ ଏଲଇଡି ହେଡଲାଇଟ୍ ରହିଛି । ଏଥିରେ ୧୨ ଇଞ୍ଚ୍ ଫ୍ରଣ୍ଟ୍ ଓ ୧୦ ଇଞ୍ଚ ରିୟରିଂ ଆଲୟ ହ୍ୱିଲ୍ ସହ ୨୬ ଲିଟର ଅଣ୍ଡର ଲିଟର ଷ୍ଟୋରେଜ୍ ମିଳିଥାଏ ।