ଜୁନ୍‌ ମାସ ଶେଷ ସୁଦ୍ଧା ନିଯୁକ୍ତି ପାଇବେ ୧୧ ହଜାର ହାଇସ୍କୁଲ ଶିକ୍ଷକ

ଭୁବନେଶ୍ବର (ସଂକେତ୍ ଟିଭି) : ଜୁନ୍‌ ମାସ ଶେଷ ଭିତରେ ହାଇସ୍କୁଲ ଗୁଡ଼ିକରେ ୧୧୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ଏକ କାର୍ଯ୍ୟକ୍ରମ ନିଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲଗୁଡ଼ିକର ରୂପାନ୍ତରୀକରଣ କରାଯାଉଛି। ପ୍ରାୟ ୮ ହଜାର ହାଇସ୍କୁଲରରୁ ୫୦୦୦ ହଜାର ସ୍କୁଲକୁ ରୂପାନ୍ତରୀକରଣ କରାଯାଉଛି। ବାକି ୩୦୦୦ ହାଇସ୍କୁଲର ରୂପାନ୍ତରୀକରଣ ବ୍ୟବସ୍ଥା କରାଯିବ। ହାଇସ୍କୁଲ ରୂପାନ୍ତରୀରଣ କରିବା ପରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ କଥା ବିଚାର କରାଯିବ ବୋଲି ସେ କହିଛନ୍ତି।