ଦୁର୍ନୀତି ମାମଲାରେ ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ଗିରଫ

ଭୋପାଳ (ସଂକେତ୍ ଟିଭି) : ବ୍ଯାଙ୍କରେ ଏକ କୋଟି ଟଙ୍କାର ଦୁର୍ନିତି ମାମଲାରେ ପୂର୍ବତନ କ୍ରିକେଟର ନମନ ଓଝାଙ୍କ ବାପା ବିନୟ ଓଝା ଗିରଫ ହୋଇଛନ୍ତି । 2013ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଜୋଲଖାଡା ଶାଖାରେ ହୋଇଥିବା 1 କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ମାମଲାରେ ସେ ଗିରଫ ହୋଇଛନ୍ତି। ବିନୟ ଓଝା ସେହି ବ୍ୟାଙ୍କର ମ୍ୟାନେଜର ଥିଲେ ।

ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ସେପଟେ ବାପାଙ୍କ ଜାମିନ ନେଇ ପ୍ରୟାସ କରିଛନ୍ତି ପୁଅ ନମନ । ହେଲେ ତାଙ୍କୁ ଜାମିନ ମିଳିନାହିଁ ।

ସୂଚନା ଅନୁସାରେ, 2013ରେ ଜୋଲଖେଡ ଶାଖା ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ପାଖାପାଖି ଏକ କୋଟି 25 ଲକ୍ଷ ଟଙ୍କାର ଗାଏବ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ମାମଲାରେ 2014ରେ ତତ୍କାଳୀନ ମ୍ୟାନେଜର ବିନୟ ଓଝାଙ୍କ ନାମରେ ମାମଲା ଦାୟର ହୋଇଥିଲା । କେସ ଦାୟର ହେବା ପରେ ସେ ଫେରାର ଥିଲେ । ପୋଲିସ 8 ବର୍ଷ ହେବ ତାଙ୍କୁ ଖୋଜୁଥିଲା । ମାମଲାରେ ଜଡିତ ଅନ୍ୟ ଲୋକଙ୍କ ନାମରେ ମଧ୍ଯ ମାମଲା ରୁଜ୍ଜୁ କରି ପୋଲିସ ଆଗରୁ ସେମାନଙ୍କୁ ଗିରଫ କରି ସାରିଛି ।

ନମନ ଓଝା ତାଙ୍କ କ୍ୟାରିୟରରେ ଗୋଟିଏ ଦିନିକିଆ ଓ 2ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳଛନ୍ତି । ଏହାଛଡା ସେ 113ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି ।