ପାକିସ୍ତାନ ପ୍ରଥମେ ନିଜ ଦେଶର ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେଉ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ବିଜେପିରୁ ନିଲମ୍ବିତ ନୁପୁର ଶର୍ମାଙ୍କ ବିବାଦୀୟ ଧାର୍ମିକ ଟିପ୍ପଣୀକୁ ନେଇ ଭାରତର ପଡ଼ୋଶୀ ଗଲ୍‌ଫ ରାଷ୍ଟ୍ର ଭାରତ ସରକାରଙ୍କ ନିକଟରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ରଣନୈତିକ ଦୃଷ୍ଟିରୁ ମହତ୍ତ୍ୱ ରଖୁଥିବା କାତାର, କୁଏତ୍‌, ଇରାନ ସାଉଦି ଆରବ ଓ ବାହରିନ୍ ଭଳି ଦେଶର ଅସନ୍ତୋଷକୁ ଦୂର କରିବା ପାଇଁ ଭାରତ କୂଟନୈତିକ ସ୍ତରରେ ଯଥାସମ୍ଭବ ପ୍ରୟାସ ଜାରି ରଖିଛି ।

କିନ୍ତୁ ଏହାକୁ ଆଳ କରି ଭାରତରେ ସଂଖ୍ୟାଲଘୁଙ୍କ ସ୍ଥିତି ଉପରେ ଅପପ୍ରଚାର କରୁଥିବା ଇସ୍‌ଲାମିକ୍‌ ସଂଗଠନ ଓଆଇସି ଓ ଏହାର ପ୍ରମୁଖ ସଦସ୍ୟ ପାକିସ୍ତାନକୁ ଭାରତ କଡ଼ା ଜବାବ ଦେଇଛି । ଭାରତ ଜବାବ ଦେଇ କହିଛି କି ସଂଖ୍ୟାଲଘୁଙ୍କ ସୁରକ୍ଷା ସଂପର୍କିତ ଜ୍ଞାନ ଆମକୁ ପାକିସ୍ତାନ କିମ୍ବା ଓଆଇସି ଠାରୁ ନେବାର ଆବଶ୍ୟକତା ନାହିଁ । ପାକିସ୍ତାନ ପ୍ରଥମେ ନିଜ ଦେଶରେ ଥିବା ସଂଖ୍ୟାଲଘୁଙ୍କ ଅବସ୍ଥା ସୁଧାରିବା ଉପରେ ଧ୍ୟାନ ଦେଲେ ଭଲ ହୁଅନ୍ତା ବୋଲି ଭାରତ ସରକାରଙ୍କ
ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ୍ ବାଗ୍‌ଚୀ ରୋକ୍‌ଠୋକ୍‌ ଶୁଣାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ନୁପୁର ଶର୍ମା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ । ଏହା ସରକାରଙ୍କ ବିଚାରଧାରା ନୁହେଁ ।