Latest

କୁଏତ ସୁପରମାର୍କେଟରେ ଭାରତୀୟ ଉତ୍ପାଦ ବ୍ୟାନ୍‌

ନୂଆଦିଲ୍ଲୀ (ସଂକେତ୍ ଟିଭି) : ନୂପୁର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘନଉଛି । ଯାହା ଭାରତ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଏହାକୁ ନେଇ ଗଲଫ୍ ଦେଶମାନଙ୍କରେ ଝଡ଼ ସୃଷ୍ଟି ହୋଇଛି । ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି କୁଏତର ଏକ ସୁରମାର୍କେଟ ଭାରତୀୟ ଉତ୍ପାଦକୁ ବ୍ୟାନ୍ କରିଥିବା ଜଣାପଡ଼ିଛି ।

କୁଏତର ଅଲ୍‌-ଅର୍ଦ୍ଦିୟ କୋ-ଅପରେଟିଭ ନାମକ ଏକ ସୋସାଇଟି ପକ୍ଷରୁ ଭାରତୀୟ ଚା’ ଏବଂ ଅନ୍ୟାନ୍ୟ ସାମଗ୍ରୀ ହଟାଇଦେଇଛି । ସେହିପରି ସାଉଦିଆରବିଆ, କତାର ଏବଂ କାଇରୋରେ ଥିବା ଆଝାର ୟୁନିଭରସିଟି ପକ୍ଷରୁ ଫ୍ରଫେଟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ନେଇ କଡ଼ା ନିନ୍ଦା ପ୍ରକାଶ କରିଛନ୍ତି ।

କୁଏତର ମୁସଲିମ୍ ଲୋକମାନେ କହିଛନ୍ତି ଯେ, ପ୍ରଫେଟଙ୍କୁ ଅପମାନ କରିବା ଆମ ପାଇଁ ଅସହ୍ୟ । ଅନ୍ୟ ପକ୍ଷରେ ଦଳରୁ ନିଲମ୍ବିତ ହେବା ପରେ ବିଜେପି ମୁଖପାତ୍ର ନୂପୁର ଶର୍ମା ଶୁକ୍ରବାର ତାଙ୍କୁ ପାଲଟା ହତ୍ୟା ଧମକ ଦିଆଯାଇଥିବା ପାଲଟା ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ମହମ୍ମଦଙ୍କ ସମ୍ପର୍କରେ ସେ ବିବାଦୀୟ ମନ୍ତବ୍ୟ ଦେବା ନେଇ ଏକ ମିଥ୍ୟା ଭିଡିଓ ଟ୍ୱିଟ୍ କରାଯିବା ପରେ ତାଙ୍କୁ ହତ୍ୟା ଧମକ ମିଳୁଛି ।