ପବଜି ଖେଳ ପାଇଁ ମାଆକୁ ଗୁଳି କରି ହତ୍ୟା କରି ୩ ଦିନ ଶବକୁ ଲୁଚାଇଥିଲା ପୁଅ

ଲକ୍ଷ୍ନୌ (ସଂକେତ୍ ଟିଭି) : ପବଜି ଖେଳ ପାଇଁ ମାଆର ହତ୍ୟାକାରୀ ସାଜିଲା ପୁଅ । ଗୁଳି କରି ମାଆକୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷ୍ନୌର ପିଆଇଜି ଅଞ୍ଚଳରେ ।

ସୂଚନା ଅନୁସାରେ, ୟୁପିର ୟେମୁନାପୁରମ୍ ରେ ସାଧନା ନିଜ ୧୬ ବର୍ଷର ପୁଅ ଓ ୧୦ ବର୍ଷରେ ଝିଅକୁ ନେଇ ରୁହନ୍ତି । ସାଧନାଙ୍କ ସ୍ବାମୀ କୋଲକାତାରେ ଆର୍ମି ଅଫିସର ଭାବେ କାର୍ଯ୍ୟ କରନ୍ତି । ହେଲେ ଦୀର୍ଘ ଦିନ ହେବ ସାଧନାଙ୍କ ପୁଅ ପବଜି ଗେମ ଖେଳିବାରେ ଅଭ୍ୟସ୍ତ ଥିଲେ । ଯାହାକୁ ନେଇ ମାଆ ପୁଅଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ମଧ୍ୟ ହେଉଥିଲା । ଏପରକି ଗତ କିଛି ଦିନ ତଳେ ଘରୁ ୧୦ ହଜାର ଟଙ୍କା ଚୋରି ନେଇ ପୁଅକୁ ମାଡ ମଧ୍ୟ ମାରିଥିଲେ ସାଧନା ।

ହେଲେ ଗତ ଶନିବାର ଦିନ ସାଧନା ଶୋଇଥିବା ବେଳେ ଘରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ମାଆକୁ ଗୁଳି କରି ହତ୍ୟା କରିଥିଲା ପୁଅ ।ମାଆର ମୃତଦେହକୁ ଘରେ ତିନିଦିନ କାଳ ଲୁଚେଇ ରଖିଥିଲା । ଏପରିକି ସାନ ଭଉଣୀଙ୍କୁ ହତ୍ୟା ସମ୍ପର୍କରେ କାହାକୁ କିଛି ନ କହିବାକୁ ଧମକ ମଧ୍ୟ ଦେଇଥିଲା । ତେବେ ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ବାପାଙ୍କୁ ଏନେଇ ଖବର ଦେଇଥିଲା ପୁଅ । ମାକୁ କେହି ଦୁବୃର୍ତ୍ତ ହତ୍ୟା କରିଥିବା ନେଇ ବାପାଙ୍କୁ କହିଥିଲା ପୁଅ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ନାବାଳକ ପୁଅକୁ ପୋଲିସ ହେପାଜତକୁ ନେଇଛି ।