ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ମିଥାଲି ରାଜ
ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତୀୟ ମହିଳା ଦଳର ପୂର୍ବତନ କ୍ୟାପ୍ଟେନ୍ ମିଥାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ୩୯ ବର୍ଷୀୟା ମିଥାଲି ରାଜ୍ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଟ୍ୱିଟରରେ ଏକ ଲମ୍ବା ପୋଷ୍ଟ କରି ସେ ତାଙ୍କର କ୍ରିକେଟ୍ ଜଗତ ସହ ଜଡ଼ିତ ସ୍ମୃତି ବଖାଣିଛନ୍ତି।
୧୯୯୯ ମସିହାରୁ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟର ଦୀର୍ଘ ୨୩ ବର୍ଷର ଯାତ୍ରାକୁ ମିଥାଲି ବୁଧବାର ଶେଷ କରିଛନ୍ତି । ସେ ଭାରତୀୟ କ୍ରିକେଟ୍ ଦିନିକିଆରେ ସର୍ବାଧିକ ରନ୍ କରିଛନ୍ତି। କ୍ୟାପ୍ଟେନ୍ ଭାବରେ ମଧ୍ୟ ସେ ସର୍ବାଧିକ ବିଜୟ ହାସଲ କରିଛନ୍ତି।
ମିଥାଲି ରାଜ ୨୩୨ ଦିନିକିଆ ମ୍ୟାଚ୍ରେ ୭୮୦୫ ରନ କରିଛନ୍ତି। ଏହି ସମୟରେ ତାଙ୍କର ହାରାହାରୀ ରନ୍ ସ୍କୋର ୫୦.୬୮ ପ୍ରତିଶତ ରହିଛି। ମିଥାଲି ୭ଟି ଶତକ ହାସଲ କରିଥିବା ବେଳେ ୬୪ ଅର୍ଦ୍ଧଶତକ ହାସଲ କରିଛନ୍ତି।
ସେ ତାଙ୍କ ୨୩ ବର୍ଷର କ୍ୟାରିୟରରେ ମାତ୍ର ୧୨ଟି ଟେଷ୍ଟ ଖେଳିଥିବା ବେଳେ ୪୩.୬୮ ହାରରେ ୬୯୯ ରନ୍ କରିଛନ୍ତି। ଏଥିରେ ଗୋଟିଏ ଦୁଇଶତକ(୨୧୪) ବି ସାମିଲ ରହିଛି। ସେହିପରି ଟି-୨୦ କ୍ୟାରିୟରକୁ ଦେଖିଲେ ମିଥାଲି ମୋଟ ୮୯ ଟି ମ୍ୟାଚ୍ ଖେଳିଥିବା ବେଳେ ୨୩୬୪ ରନ୍ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ମିଥାଲି ୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
କ୍ୟାପ୍ଟେନ୍ ଭାବରେ ସବୁଠାରୁ ଅଧିକ ବିଜୟ ହାସଲ କରିବାର ଗୌରବ ମିଥାଲିଙ୍କ ନାଁରେ ରହିଛି। ସେ ୧୫୫ ଦିନିକିଆରେ କ୍ୟାପ୍ଟେନ୍ସିପ୍ କରିଥିବା ବେଳେ ସେଥିରୁ ୮୯ ମ୍ୟାଚ୍ ଜିତିଥିବା ବେଳେ ୬୩ ମ୍ୟାଚ୍ ହାରିଛନ୍ତି। ବିଶ୍ୱର ପ୍ରଥମ କ୍ୟାପ୍ଟେନ୍ ଭାବେ ମିଥାଲି ୧୫୦ରୁ ଅଧିକ ମ୍ୟାଚ୍ରେ କ୍ୟାପ୍ଟେନସିପ୍ କରିଛନ୍ତି।
କ୍ୟାପ୍ଟେନ୍ ଭାବରେ ରେକର୍ଡ-
ମିଥାଲି ରାଜ- (ଭାରତ)- ମୋଟ ୧୫୫ ମ୍ୟାଚ୍ ( ୮୯ ବିଜୟ ଓ ୬୩ ପରାଜୟ)
ସି.ଏଡୱର୍ଡ୍ସ-(ଇଂଲଣ୍ଡ)- ମୋଟ ମ୍ୟାଚ୍ ୧୧୭ ( ୭୨ ବିଜୟ, ୩୮ ପରାଜୟ)
ବି. କ୍ଲାର୍କ- ( ଅଷ୍ଟ୍ରେଲିଆ)- ମୋଟ ମ୍ୟାଚ ୧୦୧ (ବିଜୟ ୮୩, ପରାଜୟ ୧୭)
ଦିନିକିଆରେ ସବୁଠାରୁ ଅଧିକ ରନ୍-
ମିତାଲି ରାଜ (ଭାରତ) – ୨୩୨ ମ୍ୟାଚ୍ (୭୮୦୫ ରନ୍), ରନ୍ ହାର ୫୦.୬୯
ସି.ଏଡୱର୍ଡ୍ସ-(ଇଂଲଣ୍ଡ)- ୧୯୧ ମ୍ୟାଚ୍ (୫୯୯୨ ରନ୍), ରନ୍ ହାର ୩୮.୧୬
ସାରା ଟେଲର ( ୱେଷ୍ଟଇଣ୍ଡିଜ୍) – ୧୪୫ ମ୍ୟାଚ୍ ( ୫୨୯୮ ରନ୍), ରନ୍ ହାର ୪୪.୧୫