ଚାନ୍ଦିପୁର ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣା, ୭ ଅଭିଯୁକ୍ତ ଗିରଫ

ବାଲେଶ୍ବର (ସଂକେତ୍ ଟିଭି) : ବାଲେଶ୍ବର-ଚାନ୍ଦିପୁର ରାସ୍ତାରେ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟା ମାମଲାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏ ନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଘଟଣାରେ ୭ ଜଣ ଅଭିଯୁକ୍ତ ଧରାପଡିଥିବା ଆଇଜି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କୋଲକତାର ଏବଂ ଅନ୍ୟ ୬ ଜଣ ବାଲେଶ୍ବର ଅଞ୍ଚଳର ବୋଲି ସୂଚନା ମିଳିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗର ଦକ୍ଷିଣ ରାୟପୁରର ଗୋପି ସ୍ବାମୀ, ବାଲେଶ୍ବର ମିର୍ଜାପୁରର ଶିବ ପ୍ରସାଦ ଜେନା, ଭଦ୍ରକ ସବରଙ୍ଗର ପ୍ରେମାନନ୍ଦ ମଲିକ, ବାଲେଶ୍ବର ଖାନନଗରର ପ୍ରଶାନ୍ତ କୁମାର, ବାଲେଶ୍ବର ସହରର ବାରବାଟିର ଶୁଭାଶିଷ ଦାସ, ସୁନହଟର ନବ ରାୟ ଏବଂ ସହଦେବଖୁଣ୍ଟା ଗୋଧିବସାର ଭବାନୀ ଶଙ୍କର ସାହୁ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରେ ଜମିଜମା ଘଟଣାକୁ ନେଇ ହତ୍ୟାକାଣ୍ଡ ଘଟିଥିଲା। ଚାନ୍ଦିପୁର ରାସ୍ତାରେ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟା କରାଯାଇଥିଲା । ଏନେଇ ଚାନ୍ଦିପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।