ସଲମାନ୍ ଖାନଙ୍କ ଫିଲ୍ମ “ଟାଇଗର ୩’ ରେ ଅଭିନୟ କରିବେ ସାହାରୁଖ୍‌

ମୁମ୍ବାଇ (ସଂକେତ୍ ଟିଭି) : ଗତବର୍ଷ ଫେବୃଆରୀ ମାସରେ ସଲମାନ ଖାନ ମୁମ୍ବାଇରେ ସାହାରୁଖ ଖାନଙ୍କର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର “ପଠାନ’ ରେ ଅଭିନୟ କରିଥିଲେ । ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମ ପାଇଁ ସଲମାନ ରୁଷିୟ ମାଫିଆ, ବନ୍ଧୁକ, କାର, ହେଲିକ୍ୟାପ୍ଟର ଓ ଟ୍ରେନ ସହିତ ଗୋଟିଏ ଆକ୍ସନ ସିନ୍ ପାଖାପାଖି ୧୦ ଦିନ ସୁଟିଙ୍ଗ କରିଥିଲେ ।

ସେହିପରି ଗଣମାଧ୍ୟମ ରିପୋର୍ଟ ଅନୁସାରେ କୁହାଯାଇଛିଯେ ଏବେ ସାହାରୁଖ ଖାନ୍ ମଧ୍ୟ ସଲମନ ଖାନଙ୍କ ଫିଲ୍ମ “ଟାଇଗର-୩’ରେ ଅଭିନୟ କରିବେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ସାହାରୁଖ ଖାନ “ଟାଇଗର ୩’ ପାଇଁ ସଲମାନଙ୍କ ସହିତ ପାଖାପାଖି ୧୦ ଦିନ ଅଭିନୟ କରିବେ । ଯେପରି ସଲମାନ “ପଠାନ’ ଫିଲ୍ମ ରେ ହେଲିକେପ୍ଟର ରେ ଏଣ୍ଟ୍ରି କରିଥିଲେ ସେହିପରି “ଟାଇଗର ୩’ ରେ ମଧ୍ୟ ସାହାରୁଖଙ୍କ ପାଇଁ ଏକ ଖାସ୍ ଏଣ୍ଟ୍ରି ସିନ୍ ତିଆରି କରାଯାଉଛି । ଯାହାକି ପୁରାପୁରି ଦର୍ଶକମାନଙ୍କୁ ଲୁଚାଇ ରଖାଯାଇଛି । “ଟାଇଗର-୩’ରେ ମନିଷ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଏକା ସାଙ୍ଗରେ ସ୍କ୍ରିନରେ ସାହାରୁଖ୍ ଓ ସଲ୍ମନ୍ ନଜର ଆସିବେ କହିବା ଭୁଲ ହେବ ନାହିଁ ।

ସାହାରୁଖ ଖାନଙ୍କ ଚଳଚ୍ଚିତ୍ର “ପଠାନ’ ୨୦୨୩ ଜାନୁଆରୀ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି । ସେହିପରି ସଲମାନ୍ ଖାଁ, କେଟ୍ରିନା କେଫ୍‌, ଇମ୍ରାନ୍‌ ହାସିମ୍‌ଙ୍କ”ଟାଇଗର ୩’ ୨୦୨୩ ଇଦ୍ ଅବସରରେ ମୁକ୍ତି ଲାଭ କରିବ । “ପଠାନ’ ରେ ଦୀପିକା ପାଦୁକୋନ, ଜନ୍‌ ଇବ୍ରାହିମ୍ ମଧ୍ୟ ସାହାରୁଖଙ୍କ ସହିତ ନଜର ଆସିବେ । “ପଠାନ’ ଓ “ଟାଇଗର ୩’ ବ୍ୟତିତ ସଲମାନ ଓ ସାହାରୁଖଙ୍କ ପାଖରେ ଅନେକ ବଡ଼ ଫିଲ୍ମ ମଧ୍ୟ ରହିଛି ।