ମହିମା ଚୌଧୁରୀ ବ୍ରେଷ୍ଟ କ୍ୟାନସରରେ ପୀଡିତ, ରାଜ୍ ଖୋଲିଲେ ଅନୁପମ ଖେର

ମୁମ୍ବାଇ (ସଂକେତ୍ ଟିଭି) : ଅଭିନେତ୍ରୀ ମହିମା ଚୌଧୁରୀ କର୍କଟ ରୋଗରେ ପୀଡିତ ଅଛନ୍ତି। ଅଭିନେତା ଅନୁପମ ଖେର ଏକ ଭିଡିଓ ସେୟାର କରି ବଲିଉଡ ଏହାର ଖୁଲାସା କରିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ, ଅଭିନେତ୍ରୀ ମହିମା ଚୌଧୁରୀ ସ୍ତନ କର୍କଟରେ ପୀଡିତ ହୋଇଛନ୍ତି। ଅନୁପମ, ମହିମାଙ୍କ ଏକ ଭିଡିଓକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ଅଭିନେତ୍ରୀଙ୍କ କେଶ ସବୁ ଝଡିଯାଇଥିବାର ନଜର ଆସୁଛନ୍ତି।

ଅନୁପମ ଖେର ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ୭ ମିନିଟ୍‌ର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ନିଜେ ମହିମା ଅଛନ୍ତି । ଏଥିରେ ସେ କ୍ୟାପସନରେ ଲେଖିଛନ୍ତି- ‘ମୁଁ ଏକ ମାସ ପୂର୍ବରୁ ମହିମା ଚୌଧୁରୀଙ୍କୁ ଫୋନ କରିଥିଲି । ମୁଁ ସେତେବେଳେ ଆମେରିକାରେ ଥିଲି । ମୋତେ ତାଙ୍କ ସହିତ ଏକ ଫିଲ୍ମ ବିଷୟରେ କଥା ହେବାର ଥିଲା । ଆମେ ଏକ ଭଲ ବାର୍ତ୍ତାଳାପ କରୁଥିଲୁ । ଶେଷରେ ଜାଣିବାକୁ ପାଇଲି ଯେ ମହିମା ବ୍ରେଷ୍ଟ କ୍ୟାନସର ସହିତ ଲଢୁଛନ୍ତି । ତେବେ ଖୁସିର କଥା ଯେ, ମହିମା ଏଥିରୁ ପୁରା ସୁସ୍ଥ ହୋଇଯାଇଛନ୍ତି ।

ଅନୁପମ ଲେଖିଛନ୍ତି, ‘ମହିମାଙ୍କ ମନୋଭାବ ସମଗ୍ର ବିଶ୍ୱରେ ଅନେକ ମହିଳାଙ୍କୁ ପ୍ରେରଣା ଦେବ। ସେ ଚାହୁଁଥିଲେ ମୁଁ ତାଙ୍କ ବିଷୟରେ ଅର୍ଥାତ୍ ତାଙ୍କ କ୍ୟାନସର ବିଷୟରେ ଦୁନିଆକୁ ଜଣାଇବାର ଏକ ମାଧ୍ୟମ ହୁଏ। ଦର୍ଶକ ଓ ଫ୍ୟାନ୍ସମାନେ ତାଙ୍କ ପ୍ରେମ, ଶୁଭେଚ୍ଛା, ପ୍ରାର୍ଥନା ଏବଂ ଆଶୀର୍ବାଦ ମହିମାଙ୍କୁ ଦିଅନ୍ତୁ।’