ଆଇସିସି ଟେଷ୍ଟ ରାଙ୍କି: ଭାରତୀୟ ଖେଳାଳି ନିରାଶ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ( ଆଇସିସି) ଟେଷ୍ଟ ଖେଳାଳିଙ୍କ ରାଙ୍କି ଜାରି କରିଛି । ବୁଧବାର ଜାରି ହୋଇଥିବା ଏହି ରାଙ୍କିରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ଜୋ ରୁଟଙ୍କୁ ସଫଳତା ମିଳିବା ସହିତ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମଙ୍କୁ ମଧ୍ୟ ଫାଇଦା ମିଳିଛି । ଅନ୍ୟପଟେ ଭାରତୀୟ ବୋଲର କିନ୍ତୁ ଏଥର ଟେଷ୍ଟ ରାଙ୍କିରେ ନିରାଶ ହୋଇଛନ୍ତି ।

ବର୍ତ୍ତମାନ ଆଇସିସି ଟେଷ୍ଟ ରାଙ୍କିର ଟପ୍‌-୧୦ରେ କେବଳ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ରୋହିତ ଶର୍ମା ଲିଷ୍ଟର ଅଷ୍ଟମ ସ୍ଥାନରେ ଥିବାବେଳେ, ବିରାଟ କୋହଲି ଲିଷ୍ଟର ୧୦ମ ସ୍ଥାନରେ ରହିଛି । ତେବେ ଅନ୍ୟପଟେ କିନ୍ତୁ ଜୋ ରୁଟ୍ ଦୁଇଟି ସ୍ଥାନ ଉପରକୁ ଉଠି ଏବେ ଦ୍ୱିତୀୟ ସ୍ଥାନରେ ପହଂଚିଯାଇଛନ୍ତି । ତାଙ୍କ ସହିତ ବାବର ଆଜମ ମଧ୍ୟ ଲମ୍ବା ଲମ୍ଫ ପ୍ରଦାନ କରି ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି ।

ସେପଟେ ଏଥର ଆଇସିସି ଟେଷ୍ଟ ରାଙ୍କି ଆସିବା ପରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନଙ୍କୁ ମଧ୍ୟ କ୍ଷତି ପହଞ୍ଚିଛି । ୱିଲିୟମସନ୍ ଏବେ ୫ମ ସ୍ଥାନକୁ ଖସି ଆସିଛନ୍ତି । ତେବେ ଅଷ୍ଟ୍ରେଲି ଆର ଖେଳାଳି ମାର୍ନସ ଲାବୁଶେନ୍ ଲିଷ୍ଟର ଟପରେ ଅଛନ୍ତି । ତାଙ୍କୁ ଏବେ ୮୯୨ ପଏ ରହିଛି । ତାଙ୍କ ପଛକୁ ରୁଟ୍‌, ଷ୍ଟିଭ୍ ସ୍ମିଥ୍‌, ବାବର ଆଜମ୍ ରହିଛନ୍ତି ।

ଆଇସିସି ଟେଷ୍ଟ ବୋଲର ରାଙ୍କିରେ ମଧ୍ୟ ଦୁଇଜଣ ଭାରତୀୟ ସ୍ଥାନ ପାଇଛନ୍ତି । ରବିଚନ୍ଦ୍ରନ ଅଶ୍ୱିନୀ ୮୫୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ, ଜସପ୍ରୀତ ବୁମରା ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି । ଲିଷ୍ଟର ଟପରେ ଅଷ୍ଟ୍ରେଲିଅ । ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଥିବାବେଳେ, ତାଙ୍କ ପଛକୁ ଅଶ୍ୱିନୀ, କାଇଲ୍ ଜାମିସନ୍ ଅଛନ୍ତି ।