ଏଣିକି ଆଇଆରସିଟିସି ଆଇଡିରେ ଗୋଟିଏ ମାସରେ କରିପାରିବେ ୧୨ଟି ଟିକେଟ୍‌

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଏଣିକି ଆଇଆରସିଟିସିର ଉପଭୋକ୍ତାମାନେ ତାଙ୍କର ବ୍ୟକ୍ତିଗତ ଆଇଡିରେ ଅନ୍‌ଲାଇନରେ ଗୋଟିଏ ମାସରେ ୬ଟି ଟିକେଟ ବଦଳରେ ୧୨ଟି ଟିକେଟ୍‌ ସଂରକ୍ଷଣ କରିପାରିବେ। ଏହା ବ୍ୟତିତ ଯଦି ଆଇଆରସିଟିସି ଆକାଉଣ୍ଟରେ ଆଧାର କାର୍ଡ ସଂଯୋଗ ହୋଇଥାଏ ତାହେଲେ ଆପଣ ୧୨ଟି ଜାଗାରେ ୨୪ଟି ଟିକେଟ୍ ସଂରକ୍ଷଣ କରି ପାରିବେ।

ଆଇଆରସିଟିସି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ତାଙ୍କର ବ୍ୟକ୍ତିଗତ ଆଇଆରସିଟିସି ଆଇଡିରେ ୬ଟି ଟିକେଟ କରିବାର ନିୟମ ଥିଲା। କିନ୍ତୁ ଏବେ କରୋନା ସଂକ୍ରମଣ କମିଥିବାରୁ ରେଳଗାଡ଼ିରେ ଯାତ୍ରୀମାନଙ୍କର ଯିବା ଆସିବା ବଢ଼ିଛି। ସେଥିପାଇଁ ଲୋକମାନେ ଏବେ ଘରେ ବସି ଆଇଆରସିଟିସି ଆଇଡିରେ ଅନ୍‌ଲାଇନ୍‌ରେ ଟ୍ରେନ୍‌ ପାଇଁ ଟିକେଟ୍‌ ସଂରକ୍ଷଣ କରିପାରିବେ।