ବ୍ରିଟେନ୍‌ ର ଫାର୍ମା କମ୍ପାନୀକୁ କିଣିବେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ବ୍ରିଟେନ୍‌ ସ୍ଥିତ ଫାର୍ମା କମ୍ପାନୀ ୱାଲ୍‌ଗ୍ରୀନ୍‌ସ ବୁଟ୍ସ ଆଲିଆନ୍ସକୁ କିଣିବ ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।

ବ୍ଲୁମ୍‌ବର୍ଗର ଖବର ଅନୁସାରେ ରିଲାଏନ୍ସ ଏବଂ ଆମେରିକା କମ୍ପାନୀ ଆପୋଲୋ ଗ୍ଲୋବାଲ୍‌ ମ୍ୟାନେଜ୍‌ମେଣ୍ଟ ମିଳିତ ଭାବେ ନିଲାମି ଡାକିଛନ୍ତି । ଯଦି ଏହା ସଫଳ ହୁଏ ତେବେ ରିଲାଏନ୍ସ ଭାରତ ସମେତ ଦକ୍ଷୀଣ-ପୂର୍ବ ଏସିଆ ଏବଂ ପଶ୍ଚିମ ଏସିଆରେ ବୁଟ୍ସ କାରବାର ବିସ୍ତାର କରିପାରିବ ।

ସୂତ୍ର ଅନୁସାରେ, ରିଲାଏନ୍ସ ପକ୍ଷରୁ ୫ ବିଲିୟନ୍‌ ୟୁରୋରୁ ଅଧିକ ଟଙ୍କାର ପ୍ରସ୍ତାବ ଦିଆଯାଇଛି । ୱାଲ୍‌ଗ୍ରୀନ୍‌ସ, ବୁଟ୍ସ ପାଇଁ ପାଖାପାଖି ୭ ବିଲିୟନ୍‌ ୟୁରୋର ମୂଲ୍ୟାଙ୍କନ କରିଥିବା ଜଣାପଡ଼ିଛି । ଏହି ମୂଲ୍ୟାଙ୍କନରେ ଅସହମତି ପ୍ରକାଶ କରି ବ୍ରିଟେନ୍‌ର ଅରବପତି ଇସ୍ସା ବନ୍ଧୁ ଏବଂ ଡିଟିଆର୍‌ କ୍ୟାପିଟାଲ୍‌ ଦୌଡ଼ରୁ ବାହାରଯିବା ପାଇଁ ବିଚାର କରୁଛି ।

ଆସନ୍ତା ସପ୍ତାହରେ ନିଲାମୀ ଡାକିଥିବା ସମସ୍ତ କମ୍ପାନୀଙ୍କ ମଧ୍ୟରୁ ବିଜେତାଙ୍କ ନାମ ଘୋଷଣା କରାଯାଇପାରେ ବୋଲି ଜଣାପଡ଼ିଛି । କହିରଖୁଛୁ କି ଏହି ବ୍ୟବସାୟ ସମ୍ପୂର୍ଣ୍ଣ ବ୍ରିଟେନ୍‌ରେ ୨,୨୦୦ରୁ ଅଧିକ ଷ୍ଟୋରର ନେଟ୍‌ୱାର୍କ ଚଳାଉଛି । ଏହା ସହିତ No7 ବ୍ୟୁଟି କମ୍ପାନୀ ଭଳି ଲେବଲ୍‌ ବ୍ରାଣ୍ଡର ସଞ୍ଚାଳନ କରିଥାଏ