ହୋଟେଲରେ ଖେଳାଳିଙ୍କ ପାଇଁ ୧୦୦ ରୁମ୍ ବୁକ୍‌

ଭୁବନେଶ୍ବର (ସଂକେତ୍ ଟିଭି) : ବାରବାଟୀ ଟି-୨୦ ପାଇଁ ଆରମ୍ଭ ହୋଇଗଲାଣି କାଉ ଡାଉନ୍‌ । ରବିବାର ବାରବାଟୀରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍‌ । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଭୁବନେଶ୍ବର ସ୍ଥିତ ମେ ଫେୟାର ହୋଟେଲରେ ରହିବେ ଖେଳାଳି । ଏଠାରୁ କଡା ସୁରକ୍ଷା ବଳୟ ଭିତରେ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ୍ ଏବଂ ମ୍ୟାଚ୍‌ ଖେଳିବାକୁ ଯିବେ । ଏହାକୁ ଦୃଷ୍ଟିରେ ରଖି ମେ ଫେୟାର ହୋଟେଲ୍ କର୍ତ୍ତୃପକ୍ଷ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଶଙ୍ଖ ଫୁଙ୍କି ଘୋଡା ନାଚ ପରିବେଷଣ କରି କ୍ରିକେଟ ଖେଳାଳିଙ୍କୁ ସ୍ୱାଗତ କରିବେ ମେ ଫେୟାର ହୋଟେଲ ।

ମେ ଫେଆର ହୋଟେଲର ଖେଳାଳିଙ୍କ ପାଇଁ ୧୦୦ଟି ରୁମ୍ ବୁକ ହୋଇଛି ।ଏଥର ଓଡ଼ିଆ କାଉଣ୍ଟରରେ ରହିବ ଓଡ଼ିଆ ପିଠା । ଓଡ଼ିଆ ଖାଦ୍ୟ ଭାତରେ କାନିକା ରହିବ । ମ୍ୟାଚ୍ ସରିବା ପରେ ଯେଉଁ ଟିମ ବିଜୟୀ ହେବେ ସେମାନଙ୍କ ପାଇଁ କେକ୍ କାଟି ମଉଜ କରିବେ । କ୍ରିକେଟ ଟିମ ଖେଳାଳିଙ୍କ ପାଇଁ ଜିମ, ସୁଇମିଙ୍ଗ, ଟେନିସ ଖେଳିବାର ବ୍ୟବସ୍ଥା କରାଯାଇଛି ।

କୋଭିଡ ଗାଇଡଲାଇନକୁ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ସେହିପରି ଭୁବନେଶ୍ୱର ଡିସିପି ମେଫେୟାର ହୋଟେଲର ସୁରକ୍ଷା କର୍ଡ଼ନ ପାଇଁ ତଦାରଖ କରିଛନ୍ତି । କେହି ସାଧାରଣ ଲୋକଙ୍କୁ ଭିତରକୁ ଛଡା ଯିବ ନାହିଁ । ମେଫଆର ହୋଟେଲର ଚାରି ପାର୍ଶ୍‌ରେ କଡା ପହରା ଦେବେ ବନ୍ଧୁକଧାରୀ ପୋଲିସ ଯବାନ । ଏଆରପୋର୍ଟରୁ ମେଫେୟାର ହୋଟେଲ ପର୍ଯ୍ୟନ୍ତ କଡା ସୁରକ୍ଷା ବଳୟ କରିବ କମିଶନରେଟ ପୋଲିସ ।