୧୦ରେ ଭୁବନେଶ୍ୱର ପହଞ୍ଚିବେ ଉଭୟ ଟିମର ଖେଳାଳି

ଭୁବନେଶ୍ବର (ସଂକେତ୍ ଟିଭି) : ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟେଣ୍ଟି ମ୍ୟାଚ୍‌ । ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ । ହୋଟେଲ ବୁକିଂ ସରିଥିବା ବେଳେ ଏନର୍ଜି ଓ ଡାଏଟ ଫୁଡ୍‌ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି । କୋଭିଡ ଗାଇଡ ଲାଇନ ମାନି ଆତିଥ୍ୟ ପ୍ରଦାନ କରିବାକୁ ସଜବାଜ ହେଉଛି ଭୁବନେଶ୍ୱରର ଏକ ତାରକା ହୋଟେଲ ।

ସେପଟେ ମଙ୍ଗଳବାରଠାରୁ ବାରବାଟୀ ଟି-ଟେ୍‌ଣ୍ଟ ମ୍ୟାଚର ଅଫ୍ଲାଇନରେ ଟିକଟେ ବିକ୍ରି ଆରମ୍ଭ ହୋଇଛି । ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନକୁ ଟିକେଟ ପ୍ରଦାନ କରାଯାଇଛି । ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି କରାଯାଇଛି । ଆଜି ଏବଂ ଆସନ୍ତା କାଲି ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ଆରମ୍ଭ ହୋଇଛି ୧୬ ହଜାର ୧୫୪ଟି ଟିକେଟ ।