ଖେଳାଳି ରୋଟେସନ ପ୍ରକ୍ରିୟାରେ ଟିମ୍ ଇଣ୍ଡିଆର ସ୍ଥିରତା ରହିବା ଆବଶ୍ୟକ: ଦ୍ରାବିଡ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତୀୟ କ୍ରିକେଟ ଦଳର ମୁଖ୍ଯ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି- ୨୦ କ୍ରିକେଟ ସିରିଜ ପାଇଁ ସଂଖ୍ୟାଧିକ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ଗଠନ କରା ଯାଇଛି । ତେଣୁ ସବୁ ଆଶାୟୀ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶ ଦଳରେ ସ୍ଥାନିତ କରିବା ସମ୍ଭବ ନୁହେଁ । କାରଣ ଦଳରେ ଏକାଧିକ ସିନିୟର ଓ ଅଭିଜ୍ଞ ଖେଳାଳି ଅଛନ୍ତି । ସେମାନଙ୍କ ସହିତ ଏକାଧିକ ଯୁବ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି । ତେଣୁ ଚୂଡାନ୍ତ ଏକାଦଶ ଦଳରେ ସ୍ଥାନ ପାଇବା ସବୁ ଖେଳାଳିଙ୍କ ପକ୍ଷେ ସମ୍ଭବ ନୁହେଁ ।

କାରଣ ପ୍ରତିକ୍ଷ ଦଳ ମ୍ୟାଚର ଗତି ଧାରାକୁ ନେଇ ଦଳ ଚୟନ କରିବାକୁ ପଡିବ । ଏହି ସିରିଜ ପାଇଁ ଦଳରେ ସ୍ଥାନ ପାଇଥିବା ଅନେକ ଯୁବ ଖେଳାଳି ଚଳିତ ବର୍ଷର ଆଇପିଏଲରେ ଭଲ ପ୍ରଦର୍ଶନ କରି ଥିବାରୁ ସେମାନଙ୍କୁ ସୁଯୋଗ ମିଳିଛି । ତେଣୁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବାକୁ ସେମାନେ ଅପେକ୍ଷା କରି ରହିଛନ୍ତି । ମାତ୍ର ହଠାତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିଚାର କରିବାକୁ ପଡିବ ।

ଜମ୍ମୁ କାଶ୍ମୀର ଯୁବ ପେସ ବୋଲର ଉମ୍ରନ ମାଲିକଙ୍କ ସମ୍ପର୍କରେ ଦ୍ରାବିଡ କହିଛନ୍ତି ଯେ ସେ ଆଇପିଏଲରେ ଭଲ ପ୍ରଦର୍ଶନ କରି ଥିବାରୁ ଚୟନକର୍ତ୍ତା ମାନେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିକ୍ଷ ସିରିଜ ପାଇଁ ଦଳରେ ସ୍ଥାନ ଦେଇଛନ୍ତି । ତେବେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିବା ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡିବ । କାରଣ ନିଜ ପ୍ରଦର୍ଶନରେ ଆହୁରି ଉନ୍ନତି ଓ ସ୍ଥିରତା ଆଣିବାକୁ ପଡିବ ।

ଅନ୍ୟ ପକ୍ଷରେ ଦଳରେ ଖେଳାଳି ରୋଟେସନ କରିବା ମଧ୍ୟ ଅନ୍ୟ ଏକ ସମସ୍ୟା । କାରଣ ବାରମ୍ଭାର ଖେଳାଳି ପରିବର୍ତ୍ତନ ଦ୍ୱାରା ଦଳରେ ସ୍ଥିରତା ବଜାୟ ରହିବା ମୂସ୍କିଲ । ଏହି ସିରିଜ ପାଇଁ ରୋହିତ ଶର୍ମା ,କୋହଲି,ବୁମରା,ମହମଦ ସାମିଙ୍କ ସହିତ ଏକାଧିକ ଖେଳାଳିଙ୍କୁ ବିଶ୍ରାମ ଦିଆ ଯାଇଛି । କାରଣ ଭାରତୀୟ ଦଳ ଆଗକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି । ସେମାନେ ଦଳକୁ ଫେରିବା ପରେ ଭାରତୀୟ ଦଳରେ ପୁଣି ଖେଳାଳି ପରିବର୍ତ୍ତନ କରାଯିବ । ତେଣୁ ଦଳ ଚୟନ ଓ ରୋଟେସନ ଉପରେ ନିୟନ୍ତ୍ରଣ ଓ ସ୍ଥିରତା ରହିବା ନିହାତି ଆବଶ୍ୟକ । ଆଗକୁ ଟି-୨୦ ବିଶ୍ୱକପ ଆସୁଛି । ତେଣୁ ଚୟନକର୍ତ୍ତା ଏଥ୍ରିତି ଧ୍ୟାନ ଦେବେ ବୋଲି ଆଶା ।

ସୂଚନା ଯୋଗ୍ୟ ଯେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଚୟନ କର୍ତ୍ତାମାନେ ଆଜି ଠାରୁ ଦଳ ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେଣୁ ଦକ୍ଷିଶ ଆଫ୍ରିକା ବିପକ୍ଷ ସିରିଜରେ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନକୁ ଅନୁଧ୍ୟାନ କରି ଇଂଲଣ୍ଡ ଗସ୍ତ ପାଇଁ ଦଳ ଗଠନ କରାଯିବ । ଅନ୍ୟ ପକ୍ଷରେ ଭାରତ କ୍ରମାଗତ ୧୨ ଟି-୨୦ ମ୍ୟାଚ ଜିତି ଆସୁଥିବା ବେଳେ ଦକ୍ଷିଣ ଆଫ୍ରିକା ବିକ୍ଷ ସିରିଜର ପ୍ରଥମ ମ୍ୟାଚ ଜିତି ପାରିଲେ ଭାରତ ଆଉ ଏକ ନିଆରା ରେକର୍ଡ ପ୍ରତିଷ୍ଠା କରିବ ।

ମାତ୍ର କୋଚ ଦ୍ରାବିଡ କହିଛନ୍ତି ଯେ ରେକର୍ଡ ଉପରେ ବିଶେଷ ନଜର୍ୱ ଦେବା ଅପେକ୍ଷା ଖେଳାଳିଙ୍କ ପ୍ରଦର୍ଶନ ପ୍ରତି ଧ୍ୟାନ ଦେବା ଗୁରୁତ୍ୱ ରହିଛି । କାରଣ ଆଗାମୀ ୧୦ ଦିନ ଏକ ବଡ ପରୀକ୍ଷାର ବେଳ । ତେଣୁ ସମସ୍ତ ଖେଳାଳି ସତର୍କ ହୋଇ ଖେଳିବା ବିଶେଷ ଜରୁରି ।