ବାରବାଟୀ ଷ୍ଟାଡିୟମରେ ବଢିବ ସିଟ୍‌ ସଂଖ୍ୟା

କଟକ (ସଂକେତ୍ ଟିଭି) : ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ମ୍ଯାଚ୍ ଦେଖିବାକୁ ବହୁ କ୍ରୀଡା ପ୍ରେମୀ ବଂଚିତ ହୋଇଥିବାବେଳେ ଏବେ ଏକ ଖୁସି ଖବର ଆସିଛି। ଏଣିକି ମ୍ୟାଚ୍‌ ସମୟରେ ଆଉ ନିରାଶ ହେବେ ନାହିଁ କାରଣ ଆଗକୁ ବାରବାଟୀ ଷ୍ଟାଡିୟମର ସିଟ୍‌ ସଂଖ୍ୟା ବଢିବାକୁ ଯାଉଛି । ଏଯାବତ୍ ବାରବାଟୀର ଦର୍ଶକ କ୍ଷମତା ୪୫ ହଜାର ରହିଥିଲା । ଯାହାଦ୍ବାରା ମ୍ୟାଚ୍‌ ସମୟରେ ହଜାର ହଜାର ଦର୍ଶକ ଖେଳ ଦେଖିବାକୁ ନିରାଶ ହେଉଛନ୍ତି ।

ତେଣୁ ମୋଟେରା ଷ୍ଟାଡିୟମକୁ(ନରେନ୍ଦ୍ର ମୋଦି ଷ୍ଟାଡିୟମ) ଡିଜାଇନ କରିଥିବା ପପୁଲସ କମ୍ପାନୀ ଦର୍ଶକ କ୍ଷମତା ବୃଦ୍ଧି କରିବା ସମ୍ପର୍କରେ ୧୫ରୁ ୨୦ ଦିନ ମଧ୍ୟରେ ବ୍ଲୁ ପ୍ରିଣ୍ଟ ଦେବ। ଆଉ ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହେବା ନେଇ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି । ଦିନକୁ ଦିନ ଫ୍ୟାନ୍ସଙ୍କ କ୍ରିକେଟ ପ୍ରତି ଅଧିକ ଉତ୍ସାହ ଓ ଭଲ ପାଇବା ବଢୁଛି । ଏହାକୁ ଦୃଷ୍ଟିରେ ରଖି ଆହୁରି ୧୫ରୁ ୨୦ ହଜାର ସିଟ୍‌ ବୃଦ୍ଧି କରିବ ଓସିଏ । କାରଣ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ ସମୟରେ ଯେତିକି ଟିକେଟ ବିକ୍ରି ହେଉଛି ତା ର ପାଞ୍ଚ ଗୁଣା ଦର୍ଶକ ଷ୍ଟାଡିୟମ ବାହାରେ ଅପେକ୍ଷା କରୁଛନ୍ତି । ତେଣୁ ଫ୍ୟାନ୍ସଙ୍କ କ୍ରେଜକୁ ଦେଖି ଏହି ସିଟ୍‌ ବୃଦ୍ଧି କରିବା କାମ ଶୀଘ୍ର କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।