ବ୍ରହ୍ମାସ୍ତ୍ରରୁ ଅମିତାଭଙ୍କ ଲୁକ୍ ଆଉଟ୍
ମୁମ୍ବାଇ (ସଂକେତ୍ ଟିଭି) : ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି । ଏହି ଫିଲ୍ମକୁ ପ୍ରଶଂସକମାନେ ମଧ୍ୟ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିବସିଥିବା ବେଳେ ଦିନକୁ ଦିନ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ବର୍ତ୍ତମାନ ବ୍ରହ୍ମାସ୍ତ୍ର ଫିଲ୍ମରୁ ଅମିତାଭ ବଚ୍ଚନଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି ।
ଫାଷ୍ଟ୍ ଲୁକ୍ ରିଲିଜ୍ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟରରେ ଅମିତାଭ ବଚ୍ଚନ ହାତରେ ଖଣ୍ଡା ଧରି ଭୟଙ୍କର ଦେଖାଯାଉଛନ୍ତି । ବିଗ୍ ବି ଅମିତାଭଙ୍କ ଏହି ଲୁକ୍କୁ ଆୟାନ ମୁଖାର୍ଜୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନରେ ‘ଗୁରୁ’ ଲେଖିଛନ୍ତି । ଏହି ଲୁକ୍କୁ ଦେଖି ପ୍ରଶଂସକମାନେ ପସନ୍ଦ କରିବା ସହ କମେଣ୍ଟ୍ର ବର୍ଷା କରିବାରେ ଲାଗିଛନ୍ତି । ସେପଟେ ଫିଲ୍ମର ଟିଜର ୧୫ ଜୁନ୍କୁ ଜାରି କରାଯିବ ବୋଲି ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ କହିଛନ୍ତି ।