ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

ଭୁବନେଶ୍ବର (ସଂକେତ୍ ଟିଭି) : ଆସନ୍ତା ୧୨ ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍‌ ପାଇଁ ଆଜି (ଶୁକ୍ରବାର) ଦୁଇ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସ୍ବତନ୍ତ୍ର ବିମାନରେ ଆସିଛନ୍ତି ଦୁଇ ଦଳରେ ଖେଳାଳି ବିମାନବନ୍ଦରରେ ପହଞ୍ଚିବା ପରେ କାର୍ଗୋ ବଦଳରେ ଭିଭିଆଇପି ଗେଟ୍‌ ଦେଇ ଖେଳାଳୀମାନେ ବାହାରିଛନ୍ତି । କଡା ସୁରକ୍ଷା ଭିତରେ ସେମାନଙ୍କୁ ମେ ଫେୟାର ହୋଟେଲକୁ ନିଆଯାଇଛି । ହୋଟେଲରେ ସେମାନଙ୍କ ରହଣି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କ୍ରିକେରଟଙ୍କୁ ମେ ଫେୟାର ହୋଟେଲ୍‌ରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପାରମ୍ପରିକ ନୃତ୍ୟଗୀତ ସହ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଖେଳାଳିଙ୍କୁ ସ୍ବାଗତ କରାଯାଇଛି । ସେହିଭଳି ହୋଟେଲରେ ଖେଳାଳିଙ୍କ ସମସ୍ତ ପ୍ରକାର ଉଚ୍ଚସ୍ତରର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କୁ ଦେଖିବା ପାଇଁ ମେ’ ଫେୟାର ହୋଟେଲ୍‌ରେ ଖେଳାଳିଙ୍କ ଭିଡ଼ ଜମିଥିଲା