ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ

କେନ୍ଦ୍ରାପଡା (ସଂକେତ୍ ଟିଭି) : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ ବିପିନ ବିହାରୀ ସିଂ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁଯାୟୀ, ପଲ୍ଲୀପାଟଣା ସ୍ଥିତ ଭାଗବତ ନୋଡାଲ ୟୁପି ସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ଵାଇଁଙ୍କ ଦରମା କରେଇ ଦେବା ପାଇଁ ବିପିନ ବିହାରୀ ସିଂହ ତାଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ। ଦାବି ମୁତାବକ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ତାଙ୍କୁ ଟଙ୍କା ସହ କାବୁ କରି ନେଇଥିଲା । ଅଭିଯୁକ୍ତଙ୍କଠାରୁ ୫ ହଜାର ଟଙ୍କା ଜବତ ହୋଇଛଛି। ଭିଜିଲାନ୍ସ ଜାଲରେ ପଡ଼ିବା ପରେ ବିପିନ ବିହାରୀ ସିଂହ ସଦର ଥାନା ଅନ୍ତର୍ଗତ ପାଇଲୋରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ।