ଜୁନ୍ ୨୭ରେ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ସାରା ଦେଶରେ କାର୍ଯ୍ୟରତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀମାନେ ଚଳିତ ମାସ ୨୭ ତାରିଖରେ ଧର୍ମଘଟକୁ ଓହ୍ଲାଇବେ । ବ୍ୟାଙ୍କ କର୍ମଚାରୀଙ୍କ ୯ ସଂଘକୁ ନେଇ ଗଠିତ ୟୁନାଇଟେଡ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ବିଭିତ୍ତ ଦାବି ପୂରଣ ନେଇ ବୁଧବାର ଏ ସମ୍ପର୍କରେ ଘୋଷଣା କରାଯାଇଛି ।

ବ୍ୟାଙ୍କଗୁଡିକରେ ୫ ଦିନିଆ କାର୍ଯ୍ୟ ଦିବସ, ପେନସନ ଅପଡେଟ, ଏନ୍ପିଏସ୍ ଉଚ୍ଛେଦ ଏବଂ ବେତନ ସଂଶୋଧନ ଭଳି ବିଭିନ୍ନ ଦାବି ସଂଘ ପକ୍ଷରୁ ରଖାଯାଇଛି । ବ୍ୟାଙ୍କ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଧର୍ମଘଟ ଡାକରା ଦିଆଯାଇଛି । ଏଥିରେ ସାମିଲ ହେବାକୁ ବ୍ୟାଙ୍କ କର୍ମଚାରୀଙ୍କୁ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ)ର ସାଧାରଣ ସମ୍ପାଦକ ସିଏଚ୍ ଭେଙ୍କଟଚଳମ ନିବେଦନ କରିଛନ୍ତି ।

ଦାବି ପୂରଣ ନେଇ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ୭ ଲକ୍ଷ ବ୍ୟାଙ୍କ କର୍ମଚାରି ଧର୍ମଘଟକୁ ଓହ୍ଲାଇବେ ବୋଲି ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ (ଏଆଇବିଓସି)ର ସାଧାରଣ ସମ୍ପାଦକ ସୌମ୍ୟ ଦତ୍ତ କହିଛନ୍ତି । ଧର୍ମଘଟ ହେଲେ ଏହା ଦ୍ୱାରା ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।