ପୂଜା ହେଗଡେ ଏବଂ ବିଜୟ ଦେବେରକୋଣ୍ଡାଙ୍କ ଫିଲ୍ମ ‘ଜନ ଗଣ ମନ’ ର ସୁଟିଂ ଆରମ୍ଭ
ମୁମ୍ବାଇ (ସଂକେତ୍ ଟିଭି) : ବଲିଉଡ୍ ଅଭିନେତ୍ରୀ ପୂଜା ହେଗ୍ଡେଙ୍କର ସମୟ ଏବେ ଭଲ ଚାଲିଛି । ସାଉଥ୍ ସୁପରଷ୍ଟାର ବିଜୟ ଦେବେରକୋଣ୍ଡାଙ୍କ ସହ ତାଙ୍କୁ ‘ଜନ ଗଣ ମନ’ରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଚାଲିଥିଲା । ନିକଟରେ ତା’ର ସୁଟିଂ ଆରମ୍ଭ ହୋଇଛି । ଏ ନେଇ ନିର୍ମାତାମାନଙ୍କ ପକ୍ଷରୁ ନ୍ଷ୍ଟାଗ୍ରାମରେ ଏକ ଗୃପ ଫଟୋ ଓ ଭିଡିଓ ଶେୟାର କରାଯାଇଛି । ସେଥିରେ ପୂଜାଙ୍କୁ ନୋ ମେକଅପ୍ ଲୁକ୍ରେ ଦେଖିବାକୁ ମିଳୁଛି ।
ସୂଚନା ଅନୁସାରେ, ଆକ୍ସନ୍ରେ ଭରପୁର ଏହି ଫିକ୍ସନ୍ ଫିଲ୍ମରେ ପୂଜାଙ୍କ ଭୂମିକା ଦମ୍ଦାର ରହିବ । ଅନେକଗୁଡ଼ିଏ ଫାଇଟିଂ ସିନ୍ ଏଥିରେ ଦର୍ଶକେ ଦେଖିବାକୁ ପାଇବେ । ଫିଲ୍ମରେ ବିଜୟ ଦେବେରକୋଣ୍ଡା ଜଣେ ସେନା ଅଧିକାରୀଙ୍କ ଭୂମିକା ଗ୍ରହଣ କରୁଛନ୍ତି । ପ୍ରଥମେ ମୁମ୍ବାଇ ଓ ପରେ ବିଦେଶର ବିଭିନ୍ନ ସ୍ଥାନରେ ଫିଲ୍ମର ସୁଟିଂ ହେବ ।
ଆସନ୍ତାବର୍ଷ ଅଗଷ୍ଟ ୩ ତାରିଖରେ ଫିଲ୍ମଟି ରିଲିଜ୍ ହେବାର ଯୋଜନା ରହିଛି । ହିନ୍ଦୀ, ତେଲଗୁ, ତାମିଲ, କନ୍ନଡ ଏବଂ ମାଲାୟଲମ୍ ଭାଷାରେ ଫିଲ୍ମଟି ରିଲିଜ୍ ହେବ । ୱାର୍କଫ୍ରଣ୍ଟ କଥା କହିଲେ ପୂଜାଙ୍କୁ ଆଗକୁ ରୋହିତ ସେଟ୍ଟିଙ୍କ ‘ସର୍କସ୍’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ରଣବୀର ସିଂହ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ନଜର ଆସିବେ । ‘କଭି ଇଦ୍ କଭି ଦିୱାଲି’ରେ ଦର୍ଶକେ ପୂଜାଙ୍କୁ ଅଭିନେତା ସଲମାନ୍ ଖାନ୍ଙ୍କ ବିପକ୍ଷରେ ଦେଖିବାକୁ ପାଇବେ ।