ବିରାଟ କୋହଲି-ଋଷଭ ପନ୍ତଙ୍କ ସଂଯୋଗ ପରାଜୟ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ବଡ଼ ସ୍କୋର କରି ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ହାରି ଯାଇଛି ଟିମ୍ ଇଣ୍ଡିଆ । ଋଷଭ ପନ୍ତ ପ୍ରଥମଥର ପାଇଁ କୌଣସି ଟି-୨୦ ମ୍ୟାଚରେ ଭାରତ କମାଣ ସମ୍ଭାଳିଥିଲେ । ହେଲେ ତାଙ୍କୁ ପରାଜୟରୁ ହିଁ ନିଜ କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କରିବାକୁ ପଡ଼ିଛି । ଏହି ପରାଜୟ ସହ ପନ୍ତ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଲଜ୍ଜାଜନକ ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି ।

ସେହିପରି ବିରାଟଙ୍କ ପରେ ପନ୍ତ ଦ୍ୱିତୀୟ ଭାରତୀୟ ଯିଏ ନିଜର ପ୍ରଥମ କ୍ୟାପ୍ଟେନ୍ସି ମ୍ୟାଚରେ ହାରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ଟିକିଆ ଟି-୨୦ ସିରିଜରେ ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ଏଥିାଇଁ କେଏଲ ରାହୁଲଙ୍କୁ ଏହି ସିରିଜ ପାଇଁ ଅଧିନାୟକ ଓ ପନ୍ତଙ୍କୁ ଉପ ଅଧିନାୟକ କରାଯାଇଥିଲା । ହେଲେ ପ୍ରଥମ ଟି-୨୦ ପୂର୍ବରୁ ଆହତ ଯୋଗୁ ରାହୁଲ ପୂରା ସିରିଜରୁ ବାଦ ପଡ଼ିଥିଲେ । ଏଥିପାଇଁ ପନ୍ତଙ୍କୁ କ୍ୟାପ୍ଟେନ୍ସି ପଦ ମିଳିଥିଲା । ସେ ଭାରତୀୟ ଟି-୨୦ ଟିମର ୮ମ ଅଧିନାୟକ ହେବାର ରେକର୍ଡ କରିଥିଲେ ।

ସେହିପରି ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ଭାରତର ନେତୃତ୍ୱ ନେବାର ଗୌରବ ହାସଲ କରିଥିଲେ । ହେଲେ ତାଙ୍କ ପାଇଁ ପ୍ରଥମ ମ୍ୟାଚ୍ ଆଦୌ ଶୁଭଙ୍କର ରହିନିୟ ଦିଲ୍ଲୀରେ ଖେଳା ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ହାରିଛି । ବିରାଟ କୋହଲି ୨୦୧୭ରେ ଇଂଲଣ୍ଡ ବିପକ୍ଷ ଟି-୨୦ରେ ପ୍ରଥମଥର ପାଇଁ ଭାରତର ନେତୃତ୍ୱ ନେଇଥିଲେ । ବିରାଟଙ୍କ ପ୍ରଥମ କ୍ୟାପ୍ଟେନ୍ସିରେ ଭାରତକୁ ଇଂଲଣ୍ଡ ଠାରୁ ୭ ୱିକେଟରେ ହାରିବାକୁ ପଡ଼ିଥିଲା । ଏହି ମ୍ୟାଚରେ ବିରାଟ ୨୯ ରନ କରିଥିଲେ ।

ପନ୍ତ ବି ନିଜ କ୍ୟାପ୍ଟେନ୍ସିର ପ୍ରଥମ ମ୍ୟାଚରେ ୨୯ ରନ୍ ର ଇନିଂସ ଖେଳିଥିଲେ ।ଭାରତ ମଧ୍ୟ ଏହି ମ୍ୟାଚକୁ ୭ ୱିକେଟରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଛି । ପନ୍ତ ଓ ବିରାଟ ସମାନ ରନ କରିବା ଓ ଟିମ୍ ଇଣ୍ଡିଆ ସମାନ ୭ ୱିକେଟରେ ହାରିବା କେବଳ ଏକ ସଂଯୋଗ ବୋଲି କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି । ଆଉ କିଛି କହିଛନ୍ତି ଯେ ପନ୍ତ ମଧ୍ୟ ବିରାଟ କୋହଲିଙ୍କ ଭଳି ଭାରତର ଅନ୍ୟତମ ସଫଳ ଅଧିନାୟକ ଭାବେ ଉଭା ହେବେ ।

ଅନ୍ୟପକ୍ଷରେ ଭାରତୀୟ ଟିମ ପ୍ରଥମଥର ପାଇଁ କୌଣସି ଟି-୨୦ ମ୍ୟାଚରେ ୨୦୦ରୁ ଅଧି ରନ୍ କରି ହାରିଛି । ଗୁରୁବାର ମ୍ୟାଚ୍ ପୂର୍ବରୁ ଟିମ ଇଣ୍ଡିଅ । ୧୧ଟି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ୨୦୦ରୁ ଅଧିକ ରନ କରିଥିଲା । ଖାଲି ସେତିକି ନୁହେଁ, ୧୧ଟି ଯାକ ମ୍ୟାଚ୍‌ ମଧ୍ୟ ଜିତିଥିଲା । ହେଲେ ଗୁରୁବାର ଇତିହାସ ବଦଳି ଯାଇଛି । ଭାରତ ଗୁରୁବାର ପୂର୍ବରୁ କ୍ରମାଗତ ୧୨ଟି ଟି- ୨୦ ମ୍ୟାଚ୍ ଜିତିଥିଲା । କାଲିର ମ୍ୟାଚ୍ ଜିତିଥିଲେ ଭାରତ ନାଁରେ ବିଶ୍ୱ ରେକର୍ଡ ଯୋଡ଼ି ହୋଇଥାଆନ୍ତା । କିନ୍ତୁ ଦଳର ବିଜୟ ରଥକୁ ଦକ୍ଷିଣ ଅ ।ଫ୍ରିକା ଅଟକାଇବାକୁ ସକ୍ଷମ ହୋଇଛି ।