ଦୁଗ୍‌ଧ ସମେତ ସମସ୍ତ ଡାଏରୀ ଉତ୍ପାଦରେ ହୋଇପାରେ ଦରବୃଦ୍ଧି

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦେଶରେ ମହଙ୍ଗାର ପ୍ରଭାବ ବର୍ତ୍ତମାନ କ୍ଷୀରର ମୂଲ୍ୟ ଉପରେ ପଡିପାରେ । ଦୁଗ୍ଧ କମ୍ପାନୀ ଗୁଡିକ ଖୁବଶୀଘ୍ର ଏହାର ମୂଲ୍ୟ ବୃଦ୍ଧି କରିପାରନ୍ତି । ବର୍ତ୍ତମାନ ବିଶ୍ୱର ସ୍କିମଡ୍ ମିଲ୍‌କ ପାଉଡର ସହିତ ଗୋ-ଖାଦ୍ୟ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

ଆଇସିଆଇସିଆଇ ସିକ୍ୟୁରିଟିର ବିଶେଷଜ୍ଞମାନେ ଶୁକ୍ରବାର ଦିନ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ମୂଲ୍ୟ ବୃଦ୍ଧି ହୋଇପାରେ । ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ, ଆମର କଭରେଜ ଅଧୀନରେ ସମସ୍ତ ଦୁଗ୍ଧ କମ୍ପାନୀଗୁଡ଼ିକ ମୂଲ୍ୟ ୫ ପ୍ରତିଶତରୁ ୮ ପ୍ରତିଶତ ବୃଦ୍ଧି କରି ପାରନ୍ତି । ବର୍ତମାନ କ୍ଷୀରର ମୂଲ୍ୟ ବୃଦ୍ଧି ଏକ ଚିନ୍ତାର ବିଷୟ । ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସମସ୍ତ ଦୁଗ୍ଧ କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରିବେ ବୋଲି ଆମେ ଆଶା କରୁଛୁ ।

ବିଶ୍ଳେଷକମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଘର ସହିତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଭଳି ଚ୍ୟାନେଲ ଖୋଲିବା ହେତୁ କ୍ଷୀରର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହି କାରଣରୁ କ୍ଷୀରର ମୂଲ୍ୟ ବୃଦ୍ଧି ପାଇଛି । ଗୋ-ଖାଦ୍ୟର ମୂଲ୍ୟ ବୃଦ୍ଧି ହେତୁ ଦୁଗ୍ଧ ଉତ୍ପାଦନ ହ୍ରାସ ହେବା ମଧ୍ୟ ମୂଲ୍ୟ ଉପରେ ପ୍ରଭାବ ପକାଇଛି ବୋଲି ସେ କହିଛନ୍ତି । ଫଳସ୍ୱରୂପ, କ୍ଷୀରର ମୂଲ୍ୟ ବର୍ଷକୁ ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ତେବେ ହୋଲସେଲ ଦୁଗ୍ଧର ମୂଲ୍ୟ ଜୁନ୍‌ ମାସରେ ସମଗ୍ର ଭାରତ ସ୍ତରରେ ୫.୮% ବୃଦ୍ଧି ପାଇ