ବିଶ୍ୱକପ୍‌ରେ ଦିନେଶ କାର୍ତ୍ତିକଙ୍କୁ ଦେଖିବାକୁ ଚାହେଁ : ରିକି ପଣ୍ଟିଂ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଯେଉଁ ସମୟରେ କ୍ରିକେଟର୍ସମାନେ ଅବସର ଗ୍ରହଣ କରୁଛନ୍ତି ସେହି ବୟସରେ ପୁଣି ଦଳକୁ କମ୍ ବ୍ୟାକ କରିଛନ୍ତି ଭାରତର ବେଷ୍ଟ ଫିନିଶର କୁହାଯାଉଥିବା ଦିନେଶ କାର୍ତ୍ତିକ(ଡିକେ) । ଆଇପିଏଲ୍‌ରେ ତାଙ୍କର ଉତ୍ତମ ପ୍ରଦର୍ଶନ ଚୟନ କର୍ତ୍ତାଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିପାଇଁ ତାଙ୍କୁ ଟି-୨୦ ଅନ୍ତର୍ଜାତୀୟ ଦଳରେ ସାମିଲ କରାଯାଇଛି ।

ଡିକେଙ୍କ ପ୍ରଦର୍ଶନରେ ବିସିଆଇ ଚୟନ କର୍ତ୍ତା ପୂର୍ବରୁ ବିମୋହିତ ଥିବା ବେଳେ ଏବେ ଅଷ୍ଟ୍ରେଲିୟାର ଗ୍ରେଟ ବ୍ୟାଟର ରିକି ପଣ୍ଟିଂ ଡିକେଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ମ୍ୟାଚ୍ ଫିନିଶ କରିବାରେ ଡିକେଙ୍କ ଦକ୍ଷତା ରହିଛି ବୋଲି ପଣ୍ଟିଂ କହିଛନ୍ତି । ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପରେ ଡିକେ ଭାରତ ପକ୍ଷରୁ ଏକ ଭଲ ଫିନିସର ଭୂମିକା ନିର୍ବାହ କରିପାରିବେ ବୋଲି ପଣ୍ଟି କହିଛନ୍ତି ।

ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ଦିନେଶ କାର୍ତ୍ତିକ । ୧୮୩ରୁ ଅଧିକ ଷ୍ଟ୍ରାଇକ୍ ରେଟରେ କାର୍ତ୍ତିକ ଆଇପିଏଲରେ ୩୩୦ ରନ୍ କରିଥିଲେ । ତାଙ୍କର ଏଭଳି ଚମତ୍କାର ବ୍ୟାଟିଂ ଦେଖି ତାଙ୍କୁ ପୁଣି ଅନ୍ତର୍ଜାତୀୟ ଟି-୨୦ରେ ସ୍ଥାନ ମିଳିଥିଲା । ଏବେ ପଣ୍ଟିଂ ଡିକେଙ୍କ ପ୍ରଶଂସା କରି କହିଛନ୍ତି ଯେ ଟି-୨୦ ବିଶ୍ୱକପରେ ସେ ଭାରତ ପକ୍ଷରୁ ଦିନେଶ କାର୍ତ୍ତିକଙ୍କୁ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ କରୁଥିବା ଦେଖିବାକୁ ଚାହାନ୍ତି । ଯଦି ଏହି ଭେଟେରାନ କିପରଙ୍କୁ ବାଦ୍ ଦିଆଯାଏ ତେବେ ଏହା ଆଶ୍ଚର୍ଯ୍ୟ କର ହେବ ବୋଲି ପଣ୍ଟି କହିଛନ୍ତି ।

ପଣ୍ଟି କହିଛନ୍ତି ଯେ ଯଦି ମୁଁ କ୍ୟାପ୍ଟେନ୍ସି କରୁଥାନ୍ତି ତେବେ ମୁଁ ତାଙ୍କୁ ୫ କିମ୍ବା ୬ ବ୍ୟଟିଂ ପାଇଁ ରଖନ୍ତି ବୋଲି ପଣ୍ଟି ଆଇସିସି କ୍ରିକେଟ୍‌ ସମୀକ୍ଷାରେ କ୍ରିକେଟର ଇଶା ଗୁହାଙ୍କୁ କହିଛନ୍ତି । ଆଇପିଏଲରେ ଡିକେଙ୍କ ପ୍ରଦର୍ଶନକୁ ମନେ ପକାଇ ପଣ୍ଟିଂ କହିଛନ୍ତି ଆଇପିଏଲର ଚଳିତ ସିଜିନରେ ଆରସିବି ପାଇଁ ସେ ଯେମିତି ମ୍ୟାଚ୍‌ ଫିନିସ କଲେ ଏଥିରୁ ସେ ତାଙ୍କ ଖେଳକୁ ଏକ ସ୍ୱତନ୍ତ୍ର ସ୍ତରକୁ ନେଇଯାଇଛନ୍ତି । ଯଦି ସେ ବିଶ୍ୱକପରେ ଭାରତୀୟ ଟିମରେ ରହିବେ ନାହିଁ ତେବେ ମୁଁ ନିଶ୍ଚିତ ଆଶର୍ଯ୍ୟ ହେବ ।