ବିରାଟ କୋହଲି ନିଜର ଦୂର୍ବଳତା ସୁଧାରି ପାରିବେ: ରିକି ପଣ୍ଟିଂ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ମୁମ୍ବାଇ: ପୂର୍ବତନ ଅଷ୍ଟ୍ରେଲୀୀୟ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି ଯେ ବିରାଟ କୋହଲି ଜଣେ ଅଭିଜ୍ଞ ବ୍ୟାଟର । ମାତ୍ର ଗତ ତିନି ବର୍ଷଧରି ସେ ଫର୍ମ ହରାଇବା ସହିତ କୌଣସି ଫର୍ମାଟରେ ଶତକ ଅର୍ଜନ କରି ପାରୁ ନାହାନ୍ତି । ଅଧିନାୟକ ପଦରୁ ଓହରି ଯାଇ ଥିଲେ ହେଁ ବ୍ୟାଟିଂରେ ସୁଧାର ଆଣି ପାରୁ ନାହାନ୍ତି । ଚଳିତ ବର୍ଷର ଆଇପିଏଲରେ ମଧ୍ୟ ଫେଲ ମାରିଲେ । ତେଣୁ ତାଙ୍କର ବ୍ୟାଟିଂ ଫର୍ମ ନେଇ କ୍ରିକେଟ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି ।

ତେବେ ସେ ଜଣେ ପୋଖତ ଖେଳାଳି । ସେହିରି ଜଣେ ପେଷାଦାର ଖେଳାଳି ଭାବେ ପରିଚିତ । ତେଣୁ ତାଙ୍କ ପାଇଁ ଯେଉଁ ସମସ୍ୟା ଆସିଛି,ତାହା ସେ ନିଜେ ଚାହିଁଲେ ସମାଧାନ କରି ପାରିବେ । କାରଣ ନିଜର ତ୍ରୁଟିକୁ ନିଜେ ଅନୁଧ୍ୟାନ କରି ପୁଣି ଫର୍ମକୁ ଫେରି ଆସି ପାରିବେ । ଏଥିାଇଁ ଅନ୍ୟ କାହାର ପରାମର୍ଶ କିମ୍ବା ସହାୟତା ଆବଶ୍ୟକ ନାହିଁ । ବହୁ ଦିନ ଧରି ଭାରତୀୟ ଦଳର ନେତୃତ୍ୱ ନେଇ ବିପୁଳ ଅଭିଜ୍ଞତା ହାସଲ କରି ପାରିଛନ୍ତି । କେବଳ ମାନସିକ ସ୍ତରରେ ଦୃଢ଼ତା ଆଣି ପାରିଲେ ପୁଣି ଫର୍ମକୁ ଫେରି ପାଇବେ ।

ଆଗକୁ ପୁଣି ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି । ଗତ ବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ କୋହଲି ଭାରତୀୟ ଦଳର ନେତୃତ୍ୱ ନେଇ ଥିଲେ ହେଁ ସଫଳ ହୋଇ ପାରିଲେ ନାହିଁ । ଆଗାମୀ ଟି- ୨୦ ବିଶ୍ୱକପ କୋହଲିଙ୍କ ପାଇଁ ପୁଣି ଆଉ ଏକ ଚାଲେଞ୍ଜ । କାରଣ ଏଥିରେ ବିଫଳ ହେଲେ ତାଙ୍କ ସ୍ଥିତି ପ୍ରତି ବରାବର ପ୍ରଶ୍ନବାଚୀ ସୃଷ୍ଟି ହେବ । ଭାରତୀୟ ଦଳର ୱିକେଟ କିର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ବହୁ ଦିନ ସଂଗ୍ରାମ କରିବା ପରେ ପୁଣି ଫର୍ମକୁ ଫେରିବା ସହିତ ଚଳିତ ବର୍ଷର ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଭଲ ରନ ସଂଗ୍ରହ କରି ପାରି ଥିଲେ । ତେଣୁ କୋହଲି ନିଜେ ଚାହିଁଲେ ନିଶ୍ଚିତ ବ୍ୟାଟିଂ ଫର୍ମକୁ ଫେରି ଆସି ପାରିବେ ।